ରଥଯାତ୍ରା-୨୦୨୫ ପାଇଁ ପୁରୀ ସହରର ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥା ଉପରେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ପୁରୀ (ଏପିନ୍ୟୁଜ) ଆଜି ତା.୨୧.୦୫.୨୫ରିଖ ଦିବା ୧୦ଘ.ସମୟରେ ସର୍କିଟ୍ ହାଉସଠାରେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୁରୀ ସହରର ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥା ଉପରେ ରଥଯାତ୍ରା ପାଇଁ ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଏସ.ପି. ଶ୍ରୀ ବିନୀତ ଅଗ୍ରୱଲା ଓ ପୌର ନିର୍ବାହୀ ଅଧୂକାରୀ ଶ୍ରୀ ଅଭିମନ୍ୟୁ ବେହେରା ବୈଠକରେ ଯୋଗ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପୌରଅଧୂକାରୀଙ୍କୁ ପରିମଳ ବ୍ୟବସ୍ଥା ଉପରେ ଗୋଟି ଗୋଟି ପ୍ରଶ୍ନ ପଚାରୁଥିଲେ । ପୌରଅଧୂକାରୀ ରାସ୍ତା ଓ ପରିମଳ ବ୍ୟବସ୍ଥା ପାଇଁ କାର୍ଯ୍ୟ ହୋଇଛି ବୋଲି କହିଥିଲେ । ମୋଟ ୧୪ଟି ପରିମଳ ବ୍ୟବସ୍ଥା ପାଇଁ ଅସ୍ଥାୟୀ ଷ୍ଟଲ୍ ଖୋଲାଯିବାର ବ୍ୟବସ୍ଥା କରାଯାଇଅଛି । ଏଥିରେ ମୋଟ ୧୦୬ ଜଣ ବ୍ୟକ୍ତି କାର୍ଯ୍ୟ କରିବେ, ଗୁଣ୍ଡିଋମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଡ୍ରେନେଜ୍ ପାଇଁ ସବୁ ସ୍ଲାପ୍ ପଡିଅଛି, ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇ ଅଛି । ବଡଶଙ୍ଖ ଠାରୁ ଯାହା କାମ ବାକି ଅଛି ଚଳିତ ମାସ ୩୦.୦୫.୨୦୨୫ରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମନ୍ତ୍ରୀ ପୌରଅଧୂକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ପାଇଁ ଟୁରିଷ୍ଟ ମାନଙ୍କ ପାଇଁ ଅସ୍ଥାୟୀ ୧୪ଟି ପାକିଂ ଯାଗା ଖୋଲା ଯିବାର ବ୍ୟବସ୍ଥା କରାଯାଇଅଛି । ତଥା ଦୁଇ ଚକିଆ, ଚାରି ଚକିଆ, ଛଅ ଚକିଆ ଗାଡି ଟୁରିଷ୍ଟ ମାନଙ୍କ ପାଇଁ ଅସ୍ଥାୟୀ ଭାବରେ ପାକିଂ ବ୍ୟବସ୍ଥା କରାଯାଇଅଛି । ସହରରେ ଜଳଛତ୍ର କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା ହୋଇଅଛି । ଯେପରି ଟୁରିଷ୍ଟମାନେ କୌଣସି ଅସୁବିଧାରେ ନପଡନ୍ତି ତାହା ବ୍ୟବସ୍ଥା କରାଯାଇଅଛି । ସହରରେ ମୋବାଇଲ ଟୟଲେଟ୍ର ରହିବାର ବ୍ୟବସ୍ଥା କରାଯାଇ ଅଛି । ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚାମନ୍ଦିର ପର୍ଯ୍ୟନ୍ତ ସମସ୍ତ କ୍ୟାବିନ୍ ହଟାଇଯିବାର ବ୍ୟବସ୍ଥା ହୋଇଅଛି । ସହରରେ ଚାରିହଜାର ବୁଲା ଗୋରୁ ଗାଇଗୁଡିକୁ ରାସ୍ତାରୁ ହଟାଯିବାର ବ୍ୟବସ୍ଥା କରାଯାଇଅଛି । ସହରରେ କାଞ୍ଜିଆହଦା ଓ ଗୋଶାଳା ପୁରୀରେ ବ୍ୟବସ୍ଥା ନାହିଁ ଏଣୁ ୫ଏକର କିମ୍ବା ୧୦ ଏକର ଯାଗା ଯୋଗାଇଦେବା ପାଇଁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ କହିଥିଲେ । ସହରର ସବୁ ଗଳି, କନ୍ଦି ଓ ସାହିରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଅଛି । ଉକ୍ତ ବୈଠକରେ ଅତିରିକ୍ତ ସଚିବ୍ ନଗର ଉନ୍ନୟନ ବିଭାଗ ଶ୍ରୀ ବିନୟ କୁମାର ଦାଶ, ପୌରଅଧିକାରୀ ଶ୍ରୀ ଅଭିମନ୍ୟୁ ବେହେରା, ଆର.ଟି.ଓ. ପୁରୀ, ଜେନେରାଲ ମ୍ୟାନେଜର୍ ୱାଟ୍କୋ, ପୋଗ୍ରାମ ଅଫିସର ଶ୍ରୀମତୀ ରେଶ୍ମା ମହାନ୍ତି, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଶ୍ରୀ ପ୍ରଦିପ୍ତ କୁମାର ସେନାପତି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇଥିଲେ ।