ରାଜ୍ୟ

ଆଇନ ସଚେତନତା ଶିବିର

Spread It

 

ପୁରୀ୨୨/୫ (ଏପିନ୍ୟୁଜ) ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାଇ ତା୨୨.୫.୨୦୨୫ ରିଖରେ ସାଇମନ୍ଦିର ପରିସର, ପେଣ୍ଠକଟା ଠାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି I ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିନ୍ନ ବିଧିବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବା ପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିଷୟରେ ଆଲୋଚନା କରିଥିଲେ । ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପରିମଳ ଅଧକାରୀ ଶ୍ରୀଯୁକ୍ତ ରିସଭ ଦାସ, ବେସରକାରୀ ସ୍ବେଚ୍ଛାସେବୀ ସଂସ୍ଥା ସ୍ପନ୍ଦନର ଅଧ୍ୟକ୍ଷ ଶାଶ୍ଵତ କୁମାର ମହାପାତ୍ର , ସ୍ପନ୍ଦନର ଅଧ୍ୟକ୍ଷ ବର୍ଷାରାଣୀ ମିଶ୍ର, ମିସ ଦୁର୍ଗା ଦେ, ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଶ୍ରୀଯୁକ୍ତ ସୁଧୀର କୁମାର ଘୋଷ ଏବଂ ଉପମୁଖ୍ୟ  ଆଇନ ସହାୟତା ପ୍ରତିରକ୍ଷା ଓକିଲ ଶ୍ରୀଯୁକ୍ତ ଦ୍ବିତିକୃଷ୍ଣ ପଟ୍ଟନାୟକ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ। ବର୍ଜ୍ୟବସ୍ତୁର ପ୍ରକାର ଭେଦ ଏବଂ ଏହାର ସୁପରିଚାଳନା ପାଇଁ  ରହିଥିବା ବିଭିନ୍ନ ଆଇନ ବିଷୟରେ ଅବଗତ କରି କାର୍ଯକ୍ରମ ପରିଚାଳନା କରିବା ସହ ଏହା କିପରି ଭବିଷ୍ୟତ ପିଢି ଲାଗି କାମରେ ଲାଗିପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି  ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *