ରାଜ୍ୟ

Ratha Yatra 2025: ଜୁନ ୧୧ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା

Spread It

Ratha Yatra 2025: ଜୁନ ୧୧ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା

Ratha Yatra 2025 (APNEWS): ଜୁନ ୧୧ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା।  ଆଜି ହେଉଛି ରାଜେନ୍ଦ୍ରଭିଷେକ ନୀତି। ତେଣୁ ଆଜିଠୁ ନୀତି ଶୃଂଖଳିତ କଲେ ସ୍ନାନପୁର୍ଣିମା ନୀତି ବି ଶୃଙ୍ଖଳିତ ହୋଇଛି। ଅନେକ ନିତି କାନ୍ତି ଥିବାରୁ ଗତକାଲି ରାତ୍ର ପହୁଡ଼ ୦୧ ଟା ୨୫ମିନିଟ୍ ରେ ହୋଇଥିବା ବେଳେ ଆଜି ସକାଳ ୫ଟା ୩୦ରେ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇଥିଲା। ତାପରେ ଅନ୍ୟାନ୍ୟ ନିତି କାନ୍ତି ଆଗକୁ ବଢିଛି। ତେବେ ଶ୍ରୀମନ୍ଦିରରେ ଆଜି ସଅଳ ନୀତି ହୋଇଥିବା ବେଳେ ଆସନ୍ତାକାଲି ରୁକ୍ମଣୀ ହରଣ ଏକଦଶୀରେ ଅଧିକ ନୀତି ଥିବାରୁ ତା ଉପରେ ଗୁରୁତ୍ୱ ରହିଛି। ସେପଟେ ରଥଖଳାରେ ଅଖ ଉପରକୁ ଦଣ୍ଡା ଉଠିଛି। ତଳେ ଲାଗିଲା ‘ମେଣ୍ଢିଖମ୍ବ’। ରଥ ନିର୍ମାଣର ୩୫ତମ ଦିବସରେ ତିନି ରଥର ଚକ ଥାକ ସହ ଦିଗ ନିର୍ଣ୍ଣୟ ପରେ ଅଳ୍ପ ଉପରକୁ ଦଣ୍ଡା ଫ୍ରେମ୍‌ଉଠିଛି। ପୂର୍ବଦିନ ତିନିରଥର ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ସହଯୋଗୀ ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ଭୋଇ ସେବକମାନଙ୍କ ସହଯୋଗରେ ତିନିରଥର ଚକ ଅଖ ସଂଯୋଗ ହେବା ସହ ଦିଗ ନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇଥିଲା।

ତିନି ରଥ ଅଖ ଉପରକୁ ଦଣ୍ଡା ପ୍ରେମ୍ ଉଠିବା କାର୍ଯ୍ୟ ସମ୍ପନ୍ନ ହୋଇଛି । ରଥଯାତ୍ରା ପୂର୍ବଦିନ ତିନି ରଥ ବିନା ବାଧାରେ ଯେପରି ନିଜ ନିଜ ସ୍ଥାନରେ ସିଂହଦ୍ବାରରେ ପହଞ୍ଚି ପାରିବ ସେ ଦୃଷ୍ଟିରୁ ଦିଗ ନିର୍ଣ୍ଣୟ କରାଯାଇ ଚକ ଅଖ ଗୁଡ଼ିକୁ ସେଟିଂ କରାଯାଇଛି। ଏଥିସହ ରଥ ନିର୍ମାଣ ସମୟରେ ଚକଗୁଡିକ ନିଜ ସ୍ଥାନରୁ ନଗଡ଼ିବା ପାଇଁ ପ୍ରତ୍ୟେକ ଚକର ଉଭୟ ପାର୍ଶ୍ଵରେ ଆମ୍ବଗଡ଼ ବାନ୍ଧି ଦିଆଯାଇଛି। ରଥ ଉପର ନିର୍ମାଣ କାର୍ଯ୍ୟ ଗଢ଼ି ଉଠିଲେ ଅଖ ଉପରେ ଅଧିକ ଚାପ ସହିବା ପାଇଁ ଅଖ ତଳେ ଆମ୍ବଗଡ଼ ବା ମେଣ୍ଢି ଖମ୍ବ ଲଗାଯାଇଛି। ଆସନ୍ତାକାଲି ତିନି ରଥ ଦଣ୍ଡା ଗୋଲେଇ କାର୍ଯ୍ୟ କରାଯାଇଛି। ଦଣ୍ଡାଗୁଡ଼ିକରେ ଅର୍ଦ୍ଧ ଚନ୍ଦ୍ରାକାର ଖୋଦେଇ ବା କାପ କାର୍ଯ୍ୟ ହୋଇଛି ତିନିରଥ ଦଣ୍ଡାକୁ ଅଖ ସହ ସେଟିଂ କରାଯାଇ ପାଞ୍ଚ ଦଣ୍ଡା ଆଗ ଓ ପଞ୍ଚରେ ମୁହାଁଟ କରାଯାଇଛି।

ଏଥିସହ ତିନିରଥର ପୋଲ ଗୟଳ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ୧୨ଟି ଲେଖାଏଁ ଗୟଳରୁ ୭ ଗୋଟି ଲେଖାଏଁ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଦର୍ପଦଳନ ରଥର ମୋଟ ୮ଗୋଟି ଗୟଳରୁ ୫ଟି ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନିରଥର ବେବୀ ସିଂହାସନ ମୁହାଁଟରେ ଚିତ୍ର ଖୋଦେଲର ପଲିସ୍ କାର୍ଯ୍ୟ ସହ ତିନିରଥ ନାଟ ଗୋଡ଼ରେ ରାହୁ ରୂପ ବା ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି। ଚାରି ନାହାକା ଉଠିବାର ରହିଛି ଆଶଙ୍କା। ଆଉ ରଥ ଯାତ୍ରା ପୂର୍ବରୁ ସରିବ ରଥକାର୍ଯ୍ୟ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା।

ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। କୋଭିଡକୁ ନଜରରେ ରଖି ସ୍ୱାସ୍ଥ୍ଯବିଭାଗର ପରାମର୍ଶ ଅନୁସାରେ କାର୍ଯ୍ୟ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ଦୃଷ୍ଟିରୁ ଏଥର ମହାକୁମ୍ଭ ପରେ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ରଥଯାତ୍ରାରେ ଯୋଗଦେବାର ପାଇଁ ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିମନ୍ତ୍ରିତ କରିଛନ୍ତି। ନୂଆ ସରକାର ଏକବର୍ଷ ପୁର୍ତ୍ତୀ ପାଳନ କରୁଥିବାରୁ ଅନେକ ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।  ରଥଯାତ୍ରା ପାଇଁ ବ୍ୟାପକ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି। ୨୦ ଲକ୍ଷ ପାଣି ବୋତଲ ଓ ଦୈନିକ ୬ରୁ ୭ ଲକ୍ଷ ମିଲ୍ ର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ। ସେପଟେ ସୁରକ୍ଷା ବ୍ୟବସ୍ଥାର ସମିଖ୍ଯା କରିଛନ୍ତି ଆଇଜି। ତେବେ ରଥଯାତ୍ରାକୁ ବେଶ୍ ସୃଙ୍ଖଳିତ କରିବା ପାଇଁଁ ସରକାର ରଥଯାତ୍ରା ସଂଲଗ୍ନ ସମସ୍ତ ବିଭାଗକୁ ପ୍ରସ୍ତୁତି ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *