ରାଜ୍ୟ

ସ୍ବଛତାର ସହ ଇ କେୱ୍ବାଇସି ମାଧ୍ୟମରେ ନୂତନ ହିତାଧିକାରୀ ଚିହ୍ନଟ।୨୧୫ ଜଣ ଙ୍କୁ ଖାଉଟି କାର୍ଡ ବାଣ୍ଟିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ର

Spread It

 

ପୁରୀ ୧୦/୧ ଏ.ପି ନ୍ୟିୁଜ)  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବ୍ୟବସ୍ଥା କୁ ସ୍ଵଛ କରାଯାଇଛି।ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଖାଉଟି କଲ୍ୟାଣ ଯୋଜନା ରେ ସାମିଲ କରାଯାଇ ରାସନ ସାମଗ୍ରୀ ଦିଆଯିବ।କିନ୍ତୁ ଅଯୋଗ୍ୟ ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମ ବାଦ କରାଯାଉଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ,ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପୁରୀ ପୌରାଞ୍ଚଳ ର ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ୨୧୫ ନୂତନ ହିତାଧିକାରୀ ଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର କାର୍ଡ ବଣ୍ଟନ କରିବା ସହ ଇ କେୱ୍ବାଇସି ମାଧ୍ୟମରେ ଟିପ ଓ ଆଖି ସ୍କାନ ଦ୍ଵାରା ଶତକଡା ୯୬ ଭାଗ କାର୍ଯ୍ୟ ସମ୍ପୂର୍ଣ୍ଣ  କରାଯାଇଛି ।ସମସ୍ତ ଙ୍କୁ ଇଂରାଜୀ ନୂଆ ବର୍ଷର ଅଭିନନ୍ଦନ ଜଣାଇବା ସହ ଆଜି ମହାପ୍ରଭୁଙ୍କ ଦର୍ଶନ ସହ ହିତାଧିକାରୀଙ୍କ ଦର୍ଶନ ଉଦ୍ଦେଶ୍ୟ ରେ ସେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ସମସ୍ତଙ୍କୁ ସ୍ବାଗତ ଓ ପୌରାଞ୍ଚଳ ସହକାରୀ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *