ରାଜ୍ୟ

କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଙ୍କ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ

Spread It

ପୁରୀ (ଆଜି ପର୍ଯ୍ୟନ୍ତ ନିୟୁଜ) କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଗୁହା ପୁନମ ତାପସ କୁମାର ଆଜି ପୂର୍ବାହ୍ନରେ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ କରିଥିଲେ।ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ରେ ପହଞ୍ଚିବା ପରେ ରାଜସ୍ଵ ଆୟୁକ୍ତ ଙ୍କୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସ୍ବାଗତ କରିବା ସହ ହବିଷ୍ୟାଳୀ କେନ୍ଦ୍ର କୁ ପାଛୋଟି ନେଇଥିଲେ।ରାଜସ୍ଵ ଆୟୁକ୍ତ ହବିଷ୍ୟାଳୀ ମା ମାନଙ୍କ ରହଣୀ ସ୍ଥାନ କୁ ବୁଲି ଦେଖିବା ସହ ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ସେମାନଙ୍କ ଆବଶ୍ୟକତା, ଅସୁବିଧା, କୌଣସି ସମସ୍ୟା ଅଛି କି ବୋଲି ପଚାରି ଥିଲେ।ହବିଷ୍ୟାଳୀ ମା ମାନେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସୁନ୍ଦର ଭାବେ କରାଯାଇଛି ବୋଲି କହିଥିଲେ।ଭୋଅରରୁ ବୃନ୍ଦାବତୀ ପୂଜା ପରେ ମା ମାନଙ୍କୁ ସ୍ବେଚ୍ଛାସେବୀ ମାନଙ୍କ ସହଯୋଗ ସ୍ବତନ୍ତ୍ର ବସ ମାଧ୍ୟମରେ ରେ ମନ୍ଦିରକୁ ନେବା, ମନ୍ଦିର ରେ ଶୃଙ୍ଖଳିତ ଭାବେ ମହାପ୍ରଭୁ ଙ୍କ ଦର୍ଶନ କରାଇବା, ମହାପ୍ରସାଦ ସେବନ କରାଇବା, ଭଜନ କୀର୍ତ୍ତନ ର ବ୍ୟବସ୍ଥା ଇତ୍ୟାଦି ସବୁ ଖୁବ ଭଲ ଭାବରେ କରାଯାଇଛି ବୋଲି ମା ମାନେ ରାଜସ୍ଵ ଆୟୁକ୍ତ ଙ୍କୁ ଅବଗତ କରାଇଥିଲେ।ନିବାସ ମଧ୍ୟରେ ଦୀପ ନ ଜଳାଇ ସମସ୍ତ ମା ମାନେ ବାହାରେ ସୁରକ୍ଷିତ ଭାବେ ଦୀପ ଜଳାଇବାକୁ ସେ ମା ମାନଙ୍କୁ ଅନୁରୋଧ କରିଥିଲେ।ଏହାକୁ ତତ୍ବାବଧାନ ପାଇଁ ଅଗ୍ନି ଶମ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପରେ ରାଜସ୍ବ ଆୟୁକ୍ତ ବରିଷ୍ଠ ଅଧିକାରୀ, ସ୍ବେଚ୍ଛାସେବୀ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ।ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର କୁ ବୁଲି ଦେଖିବା ସହ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।ମା ମାନଙ୍କର ସମସ୍ତ ସେବା ରେ ଯେପରି କୌଣସି ଅଭାବ ଅସୁବିଧା ନ ରୁହେ ସେଥି ପ୍ରତି ପ୍ରଶାସନ ସମ୍ବେଦନଶୀଳ ହୋଇ କାର‌୍ୟ୍ୟ କରିବାକୁ ଆୟୁକ୍ତ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଡ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଉପଖଣ୍ଡ ସୂଚନା ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ପ୍ରମୁଖ ରାଜସ୍ଵ ଆୟୁକ୍ତ ଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *