ଶିକ୍ଷା

ରିଜିଓନାଲହାଇୟର ସେକେଣ୍ଡାରି ସ୍କୁଲର ଛାତ୍ର ବିଜ୍ଞାନରେ ପୁରୀ ଜିଲ୍ଲା ଟପର

Spread It

ନିମାପଡା(ଏପିନ୍ୟୁଜ) ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ନିମାପଡା ରିଜିଓନାଲ ହାଇୟର ସେକେଣ୍ଡାରି ସ୍କୁଲର ଛାତ୍ର ରାଜେଶ ସ୍ବାଇଁ ବିଜ୍ଞାନରେ ୬୦୦ ରୁ ୫୬୯ ମାର୍କ ହାସଲ କରି ପୁରୀ ଜିଲ୍ଲା ଟପର ହୋଇଥିବା ରିଜିଓନାଲ ହାଇୟର ସେକେଣ୍ଡାରି ସ୍କୁଲ ର ଚେୟାରମ୍ୟାନ ଶ୍ରୀକାନ୍ତ କୁମାର ସାମନ୍ତରାୟ ସୂଚନା ଦେଇଛନ୍ତି । ୯୪.୮୩% ନମ୍ବର ରଖି ପ୍ରଥମ ଡିଭିଜନରେ ପାସ କରିଥିବାରୁ ବିଭିନ୍ନ ସ୍ଥାନରୁ ଛାତ୍ର ରାଜେଶ ଓ ଚେୟାରମ୍ୟାନ ଶ୍ରୀକାନ୍ତ କୁମାର ସାମନ୍ତରାୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରିଜିଓନାଲ ହାଇୟର ସେକେଣ୍ଡାରି ସ୍କୁଲର ଛାତ୍ରଛାତ୍ରୀମାନେ ଭଲ ମାର୍କ ରଖି ପାସ୍ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *