ଜାତୀୟ

ଭାରତ ବିଶ୍ବ ରେ ଏକ କ୍ରିୟାଶୀଳ ପ୍ରଜାତନ୍ତ୍ର ଭାବରେ ଉଭା ହୋଇଛି: ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ

Spread It

 

 

ପୁରୀ (ଏ.ପି ନ୍ୟିୁଜ) ଆମ ଦେଶର ସମ୍ବିଧାନ ର ମୂଳ ମନ୍ତ୍ର ନ୍ୟାୟ, ସ୍ବାଧୀନତା, ସମାନତା ଓ ଭାଇଚାରା।ସମ୍ବିଧାନର ପ୍ରତିଟି ଶବ୍ଦରେ ଐକ୍ୟ, ଜାତୀୟତା ଓ ଭାଇଚାରା ଭରି ରହିଛି।ଏଥିପାଇଁ ଭାରତ ସମଗ୍ର ବିଶ୍ୱ ରେ ଏକ କ୍ରିୟାଶୀଳ ପ୍ରଜାତନ୍ତ୍ର ଭାବେ ଉଭା ହେବା ସହ ଏହାର ସଫଳତା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ଆଜି ପୂର୍ବାହ୍ନରେ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ ପୁରୀ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ, ପାରେଡ ପରିଦର୍ଶନ ଓ ଅଭିବାଦନ ଗ୍ରହଣ କରି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ୱାଧୀନତା ଆନ୍ଦୋଳନର ସଂଗ୍ରାମୀ ମାନଙ୍କ ପ୍ରତି ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଶ୍ରୀଜଗନ୍ନାଥ ସମଗ୍ର ଓଡ଼ିଆ ଜାତି ର ଅସ୍ତିତ୍ଵ ଓ ଅସ୍ମିତାର ପ୍ରତୀକ।ଶ୍ରୀକ୍ଷେତ୍ର  ସାଂସ୍କୃତିକ ଚେତନାର ଏନ୍ତଡିଶାଳା।ପଟ୍ଟଚିତ୍ର, ମାହାରୀ,ଓଡିଶୀ ନୃତ୍ୟ, ଗୋଟିପୁଅ, ଶାସ୍ତ୍ରୀୟ ସଂଗୀତ ଓଡ଼ିଆ ସଂସ୍କୃତି ର ଅମୂଲ୍ୟ ଧନ।ଶ୍ରୀମଦ ଭାଗବତ ଗୀତା ସୃଷ୍ଟିର ଶ୍ରେଷ୍ଠ ଗ୍ରନ୍ଥ।ଗଙ୍ଗାଧର ମେହେର, ସନ୍ଥକବି ଙ୍କ ଜୀବନ ଧର୍ମୀ ରଚନା ବିଶ୍ବକୁ ଚମତ୍କୃତ କରିଛି।୧୮୫୭ କୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ବିବେଚନା କରାଯାଉଥିଲେ ମଧ୍ୟ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ ତାହା ପୂର୍ବରୁ ବ୍ରିଟିଶ ଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ।ମହାତ୍ମାଗାନ୍ଧୀ, ନେହେରୁ, ନେତାଜୀ, ସର୍ଦ୍ଦାର ପଟେଲ,ଲକ୍ଷଣ ନାଏକ, ଚାଖି ଖୁଣ୍ଟିଆ, ବୀର ସୁରେନ୍ଦ୍ର ସାଏ, ମାଧୋ ସିଂ ଓ ତାଙ୍କ ପୁତ୍ର ମାନେ,ଗୋପବନ୍ଧୁ ଦାସ, ରମାଦେବୀ, ମାଳତୀ ଚୌଧୁରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ।ଭୂମି ହୀନ ମାନଙ୍କୁ ବସୁନ୍ଧରା ଯୋଜନା ରେ ଜମି ପଟ୍ଟା ପ୍ରଦାନ,ସାମାଜିକ ସୁରକ୍ଷା ଯୋଜନା ରେ ୮୦ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ ଓ ୮୦ ଭାଗରୁ  ଅଧିକ ଥିବା ଭିନ୍ନକ୍ଷମ ଙ୍କୁ  ୩୫୦୦ ଟଙ୍କା ଲେଖାଏଁ ପ୍ରଦାନ,ଧାନର ସହାୟକ ମୂଲ୍ୟ ବୃଦ୍ଧି, ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଇତ୍ୟାଦି ଯୋଜନା ଆତ୍ମନିର୍ଭର ଭାରତ ଓ ବିକଶିତ ଓଡିଶା ପାଇଁ ସହାୟତା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀପୂଜାରୀ କହିବା ସହ ମିଳିମିଶି ଓଡ଼ିଶା କୁ ସର୍ବଶ୍ରେଷ୍ଠ ରାଜ୍ୟ ରେ ପରିଣତ କରିବାକୁ ଆହ୍ଵାନ ଦେଇଥିଲେ।

Leave a Reply

Your email address will not be published. Required fields are marked *