ରାଜ୍ୟ

ଡ଼ାକ୍ତରଖାନାର ପାତ୍ର ବାବୁ ଚାକିରୀରୁ ଅବସର ଗ୍ରହଣ। ହଜାର ହଜାର ଲୋକ ବିଦାୟ ସମ୍ବର୍ଦ୍ଧନା ଦେଲେ

Spread It

 

 ନିମାପଡ଼ା , (ଏ.ପି ନିୟୁଜ) ନିମାପଡ଼ା ଅଞ୍ଚଳର ସର୍ବାଧିକ ଲୋକପ୍ରିୟ  ଫାର୍ମାଶିଷ୍ଟ  ଆଇ ତ୍ରିନାଥ ପାତ୍ର ଆଜିଠାରୁ ସେବାରୁ ନିବୃତ ହୋଇଛନ୍ତି।  ପାତ୍ରବାବୁ ଚାକିରିରୁ ଅବସର ନେଉଥିବା ଶୁଣି ହଜାର ହଜାର ଲୋକ ସ୍ବତପ୍ରବୃତ ଭାବେ ଡ଼ାକ୍ତରଖାନାରେ ରୁଣ୍ଡ ହୋଇ ଅଶ୍ରଳ ସେବା ନିବୃତ ସମ୍ବର୍ଦ୍ଧନା ଦେଇଥିଲେ। ଡ଼ାକ୍ତଖାନା ସମ୍ମିଳନୀ ଗୃହରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା  ଡ଼ାକ୍ତରଖାନ  ଅଧୀକ୍ଷଣ ଡ଼ାକ୍ତର  ସୁବ୍ରତ ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ଼ାକ୍ତର ସ୍ତୁତି ସାହୁ, ଫାର୍ମାଶିଷ୍ଟ ଅଫିସର ପ୍ରଭାଶିନ ସେନାପତି, ନର୍ସିଂ ଅପିସର ,ରେଡ଼ିଓଲୋଜିଷ୍ଟସ ଟେକନିସିଆନ ଗାୟତ୍ରୀ ଦାଶ, ସଫେଇ କର୍ମଚାରୀ , ପାଥଲାବ ଟେକନିସିଆସାନ ଶଙ୍କର୍ଷଣ ସାହୁ ଓ ନାରାୟଣ ସାହୁ ପ୍ରମୁଖ ପାତ୍ରବାବୁଙ୍କ ଡ଼ାକ୍ତରଖାନାର  ନିମାପଡ଼ା ଡ଼ାକ୍ତରଖାନାରେ ଚାକିରି ସମୟ ରୋଗୀ ସେବା ଆଦି ବିଷୟରେ ଆଲୋଚନା କରିଥିଲେ। ପାତ୍ରବାବୁ  ନିମାପଡ଼ା ଡ଼ାକ୍ତରଖାନାରେ ୩୩ ବର୍ଷ ଫାର୍ମାଶିଷ୍ଟଭାବେ କାର୍ଯ୍ୟକରି ଆଜି ଅବସର ନେଇଛନ୍ତି।  ଡ଼ାକ୍ତରଖାନା କର୍ମଚାରୀମାନେ ବିରାଟ ‌ଶୋଭାଯାତ୍ରାରେ ପାତ୍ରବାବୁ ଙ୍କୁ କାରରେ ନେଇ ତାଙ୍କ ଜୟଶ୍ରୀ ଛକ ବାସଭବନରେ ଛାଡ଼ିଥିଲେ। ଏହି ଶୋଭାଯାତ୍ରାରେ  ବିଭିନ୍ଶନ ବର୍ଗର ଲୋକଶହଶହ  ସଂଖ୍ୟାରେ ସାମିଲ ହୋଇ ପାତ୍ରବାବୁଙ୍କ  ଜୟଶ୍ରୀ ଟକିଜ ନିକଟସ୍ଥ ବାସସ୍ଥାନ ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଥିଲା। ଆଜି ଅବସରନେବା ସହିତ ସରକାରୀ ଆବାସକୁ ମଧ୍ୟ ଖାଲି କରିଦେଇଛନ୍ତି।  ଅବସର ଗ୍ରହଣ କରିଥିବା ପାତ୍ରବାବୁ ସାଧାରଣ  ଜନତାଙ୍କ ଅତିପ୍ରିୟ ଥିଲେ। ତେଣୁ ପିଲାଠାରୁ ବୁଢା ପର୍ଯ୍ୟନ୍ତ ତାଙ୍କୁ ପାତ୍ରବାବୁ ନାମରେ ସମ୍ବୋଧନ କରିଥାନ୍ତି। ସେ ରୋଗୀ ସେବାରେ ଧନୀ ଦରିଦ୍ର କିମ୍ବା  କୈାଣସି ଧର୍ମଭେଦଭାବନରଖି  ସମସ୍ତଙ୍କୁ ସମାନଭାବେ  ସେବା ଦେଉଥିଲେ । ପାତ୍ର ବାବୁ  ନିମାପଡ଼ା ଡ଼ାକ୍ତରଖାନାରେ  ଏକ କାଳୀନ ୩୩ବର୍ଷ ଫାର୍ମାଶିଷ୍ଟ ରହି  ନିଃସ୍ବାର୍ଥ ପରଭାବେ ରୋଗୀ ସେବାରେ ନିମଗ୍ନ ରହିଥିଲେ।  ଶୁଣାଯାଏ ନିମାପଡ଼ାରେ ତାଙ୍କ ଲୋକ ପ୍ରିୟତା ଦେଖି ନେତାମାନେ ମଧ୍ୟ ଇର୍ଷା କରୁଥିଲେ। ନିମାପଡ଼ା ବାସୀଙ୍କ ଭାଗ୍ୟରେ ଆଉ ପାତ୍ରବାବୁଙ୍କ ଭଳି  ସେରୋଗୀ ସେବକ କାରି  ଜୁଟିବେ ନାହିଁ ବୋଲି ବହୁ ବୁଦ୍ଧିଜିବୀ ମତଦେଇଛନ୍ତି।  ତାଙ୍କର କେହି ଶତ୍ରୁ ନାହାଁନ୍ତି  ତେଣୁ ସେ ଅଜାତ ଶ୍ରତ୍ରୁ  ଅଟନ୍ତି।

Leave a Reply

Your email address will not be published. Required fields are marked *