Uncategorized

୬୦ ହଜାର ଟଙ୍କା ଲାଞ୍ଚ ନେବାସମୟରେ ଭିଜିଲାନ୍ସସ ହାତରେ ଧରାପଡ଼ିଲେ ଆର.ଆଇ

Spread It

ପୁରୀ (ଏ.ପି ନିୟୁଜ) ପୁରୀ ଜିଲା ପିପିଲି ତହସିଲ ଅନ୍ତର୍ଗତ ବନ୍ତଳସିଂ ଆର.ଆଇ ଜୀବନ କୃଷ୍ଣ ପରିଡ଼ା ୱାରେଶ ସଂଶୋଧନ ପାଇଁ ୯୦ ହଜାର ଟଙ୍କା ଦାବୀ କରିଥିଲେ। ଦରଖାସ୍ତକରୀଙ୍କ ୬ଟି ପ୍ଲଟର ୱାରସ ସଂଶୋଧନ କରିବା ପାଇଁ ପ୍ରତି ପ୍ଲଟ ପିଛା ୧୫ ହଜାରଟଙ୍କା ନେଇ ପିତାଙ୍କ ନାମରେ ଥିବା ପ୍ଲଟ ଦରଖାସ୍ତକାରୀଙ୍କ ନାମରେ ରେକର୍ଡ଼ କରିବେ (ୱାରେସ ସଂଶୋଂଧନ) ବୋଲି କହିଥିଲେ। ମୂଲଚାଲ ପରେ ୬୦ ହଜାର ଟଙ୍କା ଦେବାପାଇଁ ଛିଣ୍ଡିଥିଲା। ଆଜି ଆର ଆଇ ଲାଞ୍ଚ ଟଙ୍କା ନେଉ ଥିବାସମୟରେ ଛକିବସିଥିବା ଭୁବନେଶ୍ବର ଭିଜିଲାନସ ହାତରେ ଧରାପଡ଼ିଛନ୍ତି ସମସ୍ତ ଟଙ୍କାକୁ ଭିଜିଲାନସ ବିଭାଗ ଜବତ କରିଛି। ଭୁବନେଶ୍ବର ଭିଜିଲାନସ କେସନଂ ୨୪ରେ ମାମଲା ଦାୟର ହୋଇଛି। ଆର.ଆଇ ଜୀବନ କୃଷ୍ଣ ପରିଡ଼ା ଜଣେ ଅବସରନେଇଥିବା ସାମରିକ ବିଭାଗ କର୍ମଚାରୀ ଅଟନ୍ତି ତାଙ୍କ ଘର ନିଆଳୀ ଥାନା ଅଚଂଳରେବୋଳି ଜଣାପଡ଼ିଛି। ଆର.ଆଇ ପରିଡ଼ା ନିମାପଡ଼ା ତହସିଲ ଅନ୍ତର୍ଗତ ପାଟପୁର ଆରଆଇ ସର୍କଲରେ କିଛି ଦିନ ଆରଆଇଭାବେ କାର୍ଯ୍ୟକରିଥିଲେ ।

Leave a Reply

Your email address will not be published. Required fields are marked *