ରାସ୍ତା ନିର୍ମାଣ ଯୁବକ ପାଇଁ କାଳ ହେଲା।
ନିମାପଡ଼ା (ଏ.ପି ନ୍ୟିୁଜ) ଆଜି ସଂଧ୍ୟାରେ ନିମାପଡ଼ା- ବଲଙ୍ଗା ରାସ୍ତାର ନୁହାରକିରି ଛକ ନିକଟରେ ରାସ୍ତାନିର୍ମାଣ ପାଇଁ ଅଣ ଓସାରିଆ ରାସ୍ତାରେ ଦକ୍ଷୀଣ କାଳୀ ନାମକ ଯାତ୍ରୀବାହି ବସ ପୁରୀ ଯାଉଥିବାବେଳେ ନୁହାରକିରି ଗ୍ରାମର ଆଲୋକ ଦାସ (୨୨) ବର୍ଷର ଯୁବକକଉପରେ ଚଢାଇ ଦେବାରୁ ଉକ୍ତ ଯୁବକର ଘଟଣାସ୍ଥଳ ମୃତ୍ୟୁ ଘଟିଛି। ମୃତ ଯୁବକର ଘର ନୁହାରକିରି ଗ୍ରାମର ହୋଇଥିବାରୁ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ମୃତ ଯୁବକର ପରିବାରକୁ ଏକ କୋଟୀ ଟଙ୍କା କ୍ଷତିପୂରଣ ଦାବୀକରି ନୁହାରକିରିଛକ ଠାରେ ନିମାପଡ଼ା -ବଳଙ୍ଗା ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ବସ ଏବଂ ଶବକୁ ଜବତକରିଛି ଓ ୁତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। କିଛି ଦିନହେବ ବଳଙ୍ଗା ରାସ୍ତାର ପୁର୍ନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗୋଟିଏ ପଟ ରାସ୍ତା କଂକ୍ରିଟ ହେଉଛି। ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଅଣ ଓସାରିଆ ରାସ୍ତାରେ ଯାନବାହାନ ଯିବା ଆସିବା କରୁଛନ୍ତି। ଠିକାସଂସ୍ଥା ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ କରିବାପାଇଁ କୈାଣସି ଉପାୟ ଅବଲମ୍ବନ କରାଯାଇନାହିଁ। ଏହି ରାସ୍ତାର କଲେଜ ଛକ ଠାରୁ ନୁହାରକିରି ଗ୍ରାମ ପର୍ଯ୍ୟନ୍ତ ଟ୍ରାଫିକ ସମାସ୍ୟା ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଛି। ନିମାପଡ଼ା ପୁଲିସ ଏବଂ ରାସ୍ତା କାମ ଠିକା ନେଇଥିବା ବଳଭଦ୍ର ଏଜେନସିଜର କର୍ମକର୍ତ୍ତା ମିଳିତ ଭାବେ ବୈଠକ କରି ଏହି ରାସ୍ତାରେ ରାସ୍ତାକାମ ଶେଷ ହେବା ପର୍ଯ୍ୟନ୍ତ କିଭଳି ଟ୍ରାଫିକ ସମାସ୍ୟା ଦୂର ହେବ ତାହା ମିଳିତଭାବେ ଚିନ୍ତା କରିବା ଦରକାର। ନଚେତ ଆଉ କାହାର ଯିବ ଯିବ! ବେଳହୁଁ ହୁସିଆର ହେବା ଆବଶ୍ୟକ।
