ରାସ୍ତା ଡ଼ିଭାଇଡ଼ରରେ ପିଟି ହୋଇ ବାଇକ ଚାଳକ ଗୁରୁତର
ନିମାପଡ଼ା (ଏ.ପି ନ୍ୟୁଜ ସିତୁ ଜେନା) ପିପିଲି ନିମାପଡ଼ା ରାସ୍ତାର ଦଳଭାଣପୁର ଛକ ନିକଟରେ ଅପରାହ୍ନ ସାଢେ ୫ଟାରେ ରାସ୍ତାରେ ତିଆରି ହୋଇଥିବା ଡ଼ିଭାଇଡ଼ର ରେ ପିଟି ହୋଇ ବାଇକ ଚାଳାଉଥିବା ଯୁବକ ଗୁରୁତର ହୋଇ ପଡ଼ିଛି।ଯୁବକର ପରିଚୟ ଜଣାପଡ଼ିନାହିଁ। ସ୍ଥାନୀୟ ଲୋକମାନେ ଗୁରୁତର ଯୁବକକୁ ପ୍ରଥମେ ପିପିଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସାପାଇଁ ନେଇଥିଲେ ଡ଼ାକ୍ତର ଅବସ୍ଥାଗୁରୁତର ଥିବାରୁ ଦୁର୍ଘଟଣାରେ ଆହତ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନଥିବାରୁ ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇ ଦେଇଥିବା ସୁଚନା ମିଳିଛି। ଆହତ ଯୁବକର ବାଇକ ନଂ ଓଡ଼ି ୦୧ ଏଏନ ୧୯୪୨୮। ତାଙ୍କ ଘର ଅସ୍ତରଙ୍ଗ ଅଞ୍ଚଳରେ ବୋଲି ଅସମର୍ଥିତ ସୁତ୍ରରୁ ଜଣାଯାଏ । ବାଇକ ରାସ୍ତାଉପରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିରହିଛି। ସ୍ଥାନୀୟ ସରପଞ୍ଚ ରାକେଶ କୁମାର ବାରିକ ବଳଙ୍ଗା ପୁଲିସ ଖବର ଦେଇଇଥିଲେହେଲେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚିନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ପୁର୍ତ ବିଭାଗ ପକ୍ଷରୁ ପିପିଲିଠାରୁ ରେଞ୍ଛବଜାର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଚାଲିଛି, ରାସ୍ତାକୁ ଏକ ତରଫା କରିବାପାଇଁ ପୁର୍ତ ବିଭାଗ ରାସ୍ତାକୁ ଦୁଇଭାଗରେ ବିଭକ୍ତ କରାଯାଉଛି। ଡ଼ିଭାଡ଼ରରେ ନିର୍ମାଣ ହୋଉଛି। ଡ଼ିଭାଡ଼ରରେ କୈାଣସି ଚିହ୍ନ ବା ସର୍ତକ ସୂଚନା ଦିଆଯାଇନଥିବାରୁ ବାଇକ ଚାଳକ ଜଣକ ଅନ୍ଧାରରେ ଦେଖିନପାରି ଡ଼ିଭାଇଡ଼ରରେ ପଟି ଦୁର୍ଘଟଣାର ସମୁଖୀନ ଆହତ ହୋଇ ମୃତ୍ୟୁସହ ସଂଗ୍ରାମ ଚଳାଇଛନ୍ତି।
