ଆର ଏସ.ଏସ ପକ୍ଷରୁ ବିଜୟା ଦଶମୀ ଓ ଶତାଦ୍ଦୀ ସମାରେହ ପାଳିତ
ନିମାପଡ଼ା,(ଆଜି ପର୍ଯ୍ୟନ୍ତ ନିୟୁଜ) ସ୍ଵୟଂସେବକ ସଂଘ, ପୁରୀ ଜିଲ୍ଲା ନିମାପଡ଼ା ଖଣ୍ଡରେ ବିଜୟା ଦଶମୀ ଉତ୍ସବ ଓ ଶତାବ୍ଦୀ ସ୍ୱାଗତ କାର୍ୟ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ନିମାପଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘ କିପରି ଶାଖା ମାଧ୍ୟମରେ ବ୍ୟକ୍ତି ନିର୍ମାଣ କରୁଛି ଓ ରାଷ୍ଟ୍ର ନିର୍ମାଣରେ ସଂଘ ଏବଂ ସ୍ଵୟଂସେବକଙ୍କ ମାନଙ୍କର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପୂର୍ବ ପ୍ରାନ୍ତର ସହ ପ୍ରାନ୍ତ କାର୍ୟ୍ୟବାହ ଶ୍ରୀଯୁକ୍ତ ସୁଦର୍ଶନ ଦାସ ଯୋଗ ଦେଇ ଭାରତମାତାର ପୁତ୍ର ରୂପୀ ହିନ୍ଦୁ ସମାଜକୁ ସଂଗଠିତ ହେବା ପାଇଁ ବକ୍ତବ୍ୟ ରଖିଥିଲେ। ସଂଘ ପ୍ରତିଷ୍ଠାର ପୃଷ୍ଠଭୂମି ଏବଂ ସଂଘର ଶହେ ବର୍ଷର ଯାତ୍ରା ବିଷୟରେ ବର୍ଣ୍ଣନା କରି ଶତାବ୍ଦୀ ବର୍ଷରେ ସଂଘ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ପଞ୍ଚପରିବର୍ତ୍ତନ ଯଥା:- କୁଟୁମ୍ବ ପ୍ରବୋଧନ, ସାମାଜିକ ସମରସତା, ସ୍ୱଦେଶୀ, ପର୍ୟ୍ୟାବରଣ, ନାଗରିକ କର୍ତ୍ତବ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ଏହି କାର୍ୟ୍ୟକ୍ରମରେ ପୁରୀ ଜିଲ୍ଲା କାର୍ୟ୍ୟବାହ ଶ୍ରୀଯୁକ୍ତ ସର୍ବେଶ୍ଵର ବିଶୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିମାପଡ଼ା ଖଣ୍ଡ କାର୍ୟ୍ୟବାହ ଶ୍ରୀଯୁକ୍ତ ଭାଗିରଥି ଓଝା ପରିଚୟ ପ୍ରଦାନ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ।
