ରାଜ୍ୟ

ସୁଚନା ନଦେବାରୁ ବିଭାଗୀୟ ଅଧିକାରୀ ଅର୍ଥ ଦଣ୍ଡରେ ଦଣ୍ଡିତ

Spread It

 

———————————————

 ନିମାପଡ଼‌ୋ, (,ଏ.ପି ନ୍ୟୁଜ)ନିମାପଡ଼ା ବ୍ଲକର ଜଳ ଓ ପରିମଳ ଏବଂ ପଞ୍ଚାୟତିରାଜ ଵିଭାଗର ସମ୍ପ୍ରୁକ୍ତ ଜନସୂଚନା ଅଧିକାରୀ ତଥା ବିଭାଗୀୟ ଅଧିକାରୀଙ୍କୁ ରାଜ୍ୟ ସୂଚନା ଅଧିକାର କମିଶନ ଦଶ ହଜାର ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।ଘଟଣାରୁ ପ୍ରକାଶ ଯେ,୨୦୨୨ ମସିହାରେ ସୂଚନା ଅଧିକାର କର୍ମୀ ଚିତ୍ତରଞ୍ଜନ ସେଠୀ ମିଟେଇପୁର ପଞ୍ଚାୟତର ଘରୋଇ ପାଇଖାନା ଯୋଜନାର ସଠିକ୍ ରୂପାୟନ ସଂପର୍କରେ ଵିହିତ ଥିବା ଵେଶ୍ ଲାଇନ୍ ସର୍ଭେ ରିପୋର୍ଟ ସମ୍ପ୍ରୁକ୍ତ ଯନ୍ରୀ ତଥା ଜନସୂଚନା ଅଧିକାରୀ ଜଳ ଓ ପରିମଳ ବିଭାଗ ନିମାପଡ଼ା ଶ୍ରୀମତୀ ପିଙ୍କି ମହାନ୍ତିଙ୍କୁ ତଥ୍ୟ ଆବେଦନ କରିଥିଲେ।ହେଲେ ଏହି ଯୋଜନାରେ ବ୍ୟାପକ ଦୁର୍ନିତୀ ଏବଂ ବାଟମାରଣା ହୋଇଥିବାରୁ ଏ,ବାବଦରେ କୈାଣସି ତଥ୍ୟ ଶ୍ରୀମତୀ ମହାନ୍ତି ପ୍ରଦାନ ନ କରି ସୂଚନା ଅଧିକାର ଆଇନର ଉଲଂଘନ କରିଥିବାରୁ ଶ୍ରୀ ସେଠୀ ପ୍ରଥମ ଅପିଲ ଏବଂ ୨ ର ଅପିଲ୍ ରାଜ୍ୟ ସୂଚନା କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ।ଏହାର ଵିଚାର ବିମର୍ଶ ସହ ସମସ୍ତ ସତ୍ୟାସତ୍ୟକୁ ତଦନ୍ତ କରି ରାଜ୍ୟ ସୂଚନା କମିଶନ ସମ୍ପ୍ରୁକ୍ତ ଯନ୍ତ୍ରୀଙ୍କୁ ଦଶ ହଜାର ଟଙ୍କାର ଅର୍ଥ ଦଣ୍ଡ ନିର୍ଦେଶ ଦେଇଛନ୍ତି।

             ପୁନଃଶ୍ଚ ଏହି ନିମାପଡ଼ା ବ୍ଲକର ମିଟେଇପୁର ପଞ୍ଚାୟତର ସମସ୍ତ ବିକାଶ ମୂଳକ କାର୍ଯର ସଫଳ ରୂପାୟନ ଦିଗରେ ଲୋକାଲ ଫଣ୍ଡ ଅଡିଟ ରିପୋର୍ଟର ତଥ୍ୟ ସୂଚନା ଅଧିକାର କର୍ମୀ ଚିତ୍ତରଞ୍ଜନ ସେଠୀ ୨୦୨୨ ମସିହାରେ ଆବେଦନ କରିଥିଲେ।ହେଲେ ସମ୍ପ୍ରୁକ୍ତ ଜନସୂଚନା ଅଧିକାରୀ ତଥା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ବେହେରା ସମସ୍ତ ଦୁର୍ନୀତିକୁ ଲୁଚାଇ ତଥ୍ୟ ପ୍ରଦାନରେ ବେଖାତିର ମନୋଭାବ ଏବଂ ଆର୍ଟିଆଇ ଆଇନ୍ କୁ ଅବମାନନା ସହ କୈାଣସି ତଥ୍ୟ ନଦେବାରୁ ଶ୍ରୀ ସେଠୀ ୨ୟ ଅପିଲ ରାଜ୍ୟ ସୂଚନା କମିଶନଙ୍କୁ ଆବେଦନ କରିଥିଲେ।ଏପରି ଆଇନ୍ ଅବମାନନା ଏବଂ ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ପ୍ରଦାନ ନ କରିବାରୁ ରାଜ୍ୟ ସୂଚନା କମିଶନ ଶ୍ରୀ ବେହେରାଙ୍କୁ ୧୦ ହଜାର ହଜାର ଅର୍ଥଦଣ୍ଡ ନିର୍ଦ୍ଦେଶ ଦେଇଛ

Leave a Reply

Your email address will not be published. Required fields are marked *