ରାଜ୍ୟ

ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ର ରେ କୟାକଳ୍ପ ଟିମ

Spread It
ଚାରିଛକ, (ଏ.ପି .ନ୍ୟିୁଜ) ସନ୍ତୋଷ  ଦାଶ) ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ୩ ଜଣିଆ କାୟାକଳ୍ପ ଟିମ ପରିଦର୍ଶନ କରି ସ୍ଵାସ୍ଥ୍ୟସେବା ଓ ଅନ୍ୟାନ୍ୟ କାର୍ଯ୍ୟ ସବୁ ର ଅନୁଧ୍ୟାନ କରିଛନ୍ତି । ବିଭାଗୀୟ ଟିମ୍ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ପରିଛନ୍ନତା ଦେଖି ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି । ଏହି କାୟାକଳ୍ପ ଟିମ୍‌ରେ ୟୁନିସେଫ୍‌ର ଏମ୍ଏଚ୍ ଡାକ୍ତର ମନୋରଞ୍ଜନ ହାତୀ, ଏମ୍ଏଚ୍ ପରାମର୍ଶଦାତା ସୌମ୍ୟଶ୍ରୀ ମହାପାତ୍ର, ପିଏସ୍‌ଆଇ ପରିଚାଳକ ରୁବି ରାଉତ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗ,ଔଷଧ ବିତରଣ କେନ୍ଦ୍ର, ଡାକ୍ତରଖାନା ପରିସର ସ୍ବଛତା ସହ ଆଉଟ୍‌ଡୋର, ସ୍ତ୍ରୀ ପ୍ରସୂତି ୱାର୍ଡ, ଶିଶୁ ୱାର୍ଡ, ଅପରେସନ୍ ଗୃହ, ଡ୍ରେସିଂ ରୁମ୍ ଆଦି ପରିଦର୍ଶନ କରିଥିଲେ | ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ । ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଔଷଧୀୟ ବଗିଚା, ପନିପରିବା ବଗିଚା, ଫୁଲ, ଶିଶୁ ବାଟିକା ଓ ସୁନ୍ଦର ଆଲୋକମାଳା ସହିତ ବିଭିନ୍ନ ବିହଙ୍ଗ ଜୀବଜନ୍ତୁ ଙ୍କ ପାର୍କ ଦେଖି ଆନନ୍ଦ ପ୍ରକାଶ କରିଥିଲେ । ଏହି ସମୟ ରେ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଶାନ୍ତ କୁମାର ସାମନ୍ତରାୟ, ଡା. ଅଭିନନ୍ଦନ ମହାପାତ୍ର, ଡା. ମହେଶ ମହାପାତ୍ର, ଡା. ସରୋଜାଲକ୍ଷ୍ମୀ ଦାଶ, ବିପିଏମ୍ ଶିବ ନାରାୟଣ ନନ୍ଦ, ବିଏଏମ୍ ଆଶୁତୋଷ ମିଶ୍ରଙ୍କ ସମେତ ସମସ୍ତ ଡାକ୍ତର ନର୍ସ, ଫାର୍ମାସିଷ୍ଟ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
 
 
 

Leave a Reply

Your email address will not be published. Required fields are marked *