ନିମାପଡ଼ାରେ ସହିଦ ଦିବସ ପାଳନ
ନିମାପଡ଼ା,(ଏ.ପି ନ୍ଜିୟୁଜ) ବିଜ୍ଞାପିତ ଅଞ୍ଚଳ ପରିଷଦ, ଓ ସହୀଦ ସ୍ମୃତି ସଂସଦ,ନିମାପଡ଼ା ର ମିଳିତ ସହଯୋଗରେ ସହିଦ ପଡ଼ିଆରେ ଅନୁଷ୍ଠିତ ସହୀଦ ଦିବସ -୨୦୨୫ ପାଳିତ ହୋଇଯାଇଅଛି । ସହିଦ ସ୍ମୃତି ସଂସଦ ସଭାପତି ବିଜେପି ପ୍ରବକ୍ତା ସମୀର ରଞନ ଦାଶ ସଭାପତିତ୍ବରେ ଅନୁଷ୍ଠିତ ଅନୁଷ୍ଠିତ ସହିଦ ଦିବସ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠିତ ସାମ୍ବାଦିକ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟନାୟକ ସ୍ମୃତି ସଂସଦ ର ସମ୍ପାଦକ ଶ୍ରୀଯୁକ୍ତ ବେଣୁଧର ସେନାପତି,ନିମାପଡ଼ା ନଗର ଉପାଧକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାଶ,ନିମାପଡ଼ା ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଶଙ୍କର ଭୋଇ,ଜୀବନାନନ୍ଦ ମହାପାତ୍ର,ପୂର୍ବତନ ଅଧ୍ୟକ୍ଷ ସନକ ପ୍ରଧାନ ଏବଂ କାଉନସିଲରମାନେ ଯୋଗଦେଇଥିଲେ।, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ଧନ୍ୟବାଦ ଦେଇଥିଲେ ଏବଂ ପୁରୀ ପୁଳିସ ପକ୍ଷରୁ ଉଛବ ମିଳିକଙ୍କ ସହୀଦ ସ୍ତମ୍ଭକୁ ଗାର୍ଡ଼ ଅଫ ଅର୍ଡ଼ର ଦିଆଯାଇଥିଲା।..। ଶେଷରେ ସ୍କୁଲ ପିଲାମାନଙ୍କ ଦ୍ବାରା ଦେଶତ୍ମବୋଧକ ସାସ୍କୃତିକ.କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା
