ସାଇ ଇଲୋକଟ୍ରୋନିକ୍ସରୂ ୧୨ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ ଲୁଟ ଅଭିଯୋଗ
ନିମାପଡ଼ା, ୧୦/୫(ଏପିନ୍ୟୁଜ) ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ସେଲସମ୍ୟାନ ଏବଂ ତାର ସ୍ତ୍ରୀ ମିଶି ୧୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଫୋନ ବିକ୍ରିକରି ସେହି ଟଙ୍କାକୁ ଆତ୍ମସାତ କରିଛି ଏନେଇ ଦୋକାନର ମାଲିକ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୁଚାରୁ ପ୍ରକାଶ ସ୍ଥାନୀୟ ଟ୍ରେକର ଷ୍ଟାଣ୍ଡଠାରେ ସାଇ ଇଲୋକଟ୍ରୋନିକ୍ସ ନାମକ ଏକ ମୋବାଇଲ ଦୋକାନ ଅଛି। ସାମସଙ୍ଗ କମ୍ପାନୀର ଏହି ଦୋକାନ ଅଧିକୃତ ବିକ୍ରେତା ଅଟନ୍ତି। କମ୍ପାନୀ ପକ୍ଷରୁ ଏହି ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ସୁବାଷ ଭୋଇଙ୍କୁ ନିଯୁକ୍ତି ଦେଇଥିଲେ। ସୁବାଷ ଭୋଇ ଗତ ଦୁଇ ବର୍ଷ ହେବ ସାଇ ଇଲକଟ୍ରୋନିକ୍ସରେ କାମ କରୁଥିଲେ। ସାଇ ଲୋକଟ୍ରୋନିକକ୍ସର ମାଲିକ କାଳନ୍ଦୀ ସେଠୀ ଅସୁସ୍ଥ ହୋଇ ୧ମାସ ଦୋକାନକୁ ଠିକ ଭାବେ ଆସୁନଥିଲେ। ଏହାର ସୁଯୋଗନେଇ ସେଲସମ୍ୟାନ ସୁବାଷ ଭୋଇ ୧୨ଲକ୍ଷ ୬୦ ହଜାର ଟଙ୍କା ମୋବାଲ ଫୋନ ବିକ୍ରିକରି ଉକ୍ତ ଟଙ୍କା ଦୋକାନ ଖାତାରେ ବ୍ୟାଙ୍କରେ ଜମା ନକରି ଆତ୍ମସାତ କରିଥିବା ଏବଂ ସ୍ତ୍ରୀ ଇତିଶ୍ରୀ ମହାନ୍ତିଙ୍କ ବ୍ୟାଙ୍କ ଜମାଖାତାରେ ଜମା କରିଥିବା ମାଲିକ କାଳନ୍ଦୀସେଠୀ ଅଭିଯୋଗ କରିଛନ୍ତି। ଟଙ୍କା ହେରଫେର ବିଷୟରେ ସେଲସମ୍ୟାନ କାଳନ୍ଦୀଙ୍କୁ ପଚାରିବାରୁ ନିଜ ଦୋଷ ମାନିଥିବା ଏବଂ ସମସ୍ତ ଟଙ୍କା ଫେରାଇଦେବି କହି ଦିନଗଡ଼ାଇ ଚାଲିଛି। ଏବଂ ଓଲଟି ଧମକ ଦେଉଥିବା ପୁଲିସରେ ଅଭିଯୋଗହୋଇଛି । ପୁଲିସ ୧୩୫/୨୫ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।