ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ
ପୁରୀ ୨୮/ ୫ (ଏପିନ୍ୟୁଜ)ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲାର ଡି.ଆର.ସି.ଏସ୍, ସୁନିତା ପତି ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା | ସମବାୟ କିପରି ସମାଜ କୁ ସୁଦୃଢ ଓ ଆର୍ଥିକ ସମୃଦ୍ଧ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତାହା ଉପରେ ଆଲୋକପାତ ହୋଇଥିଲ । ଚଳିତ ମାସ ର ଥିମ ଭାବରେ ଏଫ୍.ଏ.କ୍ୟୁ ଧାନ ଉପରେ ସଚେତନତା ଏବଂ ଚାଷୀମାନଙ୍କୁ ସାର, ଉନ୍ନତ ବିହନ , କୀଟନାଶକ ର ପ୍ରୟୋଗ ଏବଂ କୃଷି ଉପକରଣ ବ୍ୟବହାର ଉପରେ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ, ୟୁନାଇଟେଡ୍ ପୁରୀ ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ,ପୁରୀ ର ଡି.ଜି.ଏମ୍., ତପତୀ ପଟ୍ଟନାୟକ , ବରିଷ୍ଟ ଏଆରସିଏସ ସ୍ଵରୂପ କର l ଏ.ଆର୍.ସି.ସି ସନାତନ ବେହେରା, ଆର୍.ଏମ୍.ସି ସାକ୍ଷୀଗୋପାଳର ସମ୍ପାଦକ, ଜିତେନ୍ଦୁ ଦାଶ, ଆର୍.ଏମ୍.ସି ନିମାପଡ଼ାର ସମ୍ପାଦକ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇ ସମବାୟ ସହଯୋଗ, ସମନ୍ୱୟ ଓ ସହଭାଗିତାର ବନ୍ଧନ ବିଷୟରେ ଆଲୋଚନା କରିଥିଲେ । ଏହା ମାଧ୍ୟମରେ ଆମ ଅର୍ଥନୀତି କିପରି ମଜବୁତ ହୋଇ ପାରିବ ବୋଲି କହିଥିଲେ। ଏଥିରେ ଅଧ୍ୟକ୍ଷତା କରି ଡିଆରସିଏସ ସୁନିତା ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ସମବାୟ ବର୍ଷ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କୃଷି ସମବାୟ ସମିତି ଗଠନ,ଲାମ୍ପସ ଓ ପ୍ୟାକସ ମାଧ୍ୟମରେ କୃଷି ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଧି କେନ୍ଦ୍ର ଖୋଲିବା, ସମବାୟ ମାଧ୍ୟମରେ କିପରି ଗ୍ରାମୀଣ ଅର୍ଥ ବ୍ୟବସ୍ତାକୁ ସୁଦୃଢ କରିହେବ ବୋଲି କହିଥିଲେ।ପୁରୀ ଜିଲ୍ଲାରେ ୨୪୫ ପ୍ୟାକ୍ସ କାର୍ଯ୍ୟ କରୁଛି l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଭଲ କାମ କରିଥିବା ସମବାୟ ସମିତି ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଭଲ କାମ କରିଥିବା ସମବାୟ ସମିତିର ସମ୍ପାଦକ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଜିଲ୍ଲାର ଦୁଇ ଆର୍.ଏମ୍.ସିର ଅବଦାନ ପାଇଁ ମଧ୍ୟ ପୁରସ୍କୃତ କରାଯାଇଥିଲା | କାର୍ଯ୍ୟକ୍ରମରେ ଉଦଘୋଷକ ସମବାୟ ନିରୀକ୍ଷକ ସତ୍ୟବ୍ରତ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।