ସମ୍ବିତ ପାତ୍ରଙ୍କୁ ସାମ୍ବାଦିକ ସଂଘର ଶୁଭେଚ୍ଛା
ସମ୍ବିତ ପାତ୍ରଙ୍କୁ ସାମ୍ବାଦିକ ସଂଘର ଶୁଭେଚ୍ଛା
ପିପିଲି,୨୯/୫:ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ଭାବେ ଓଡିଶାରୁ ଏକମାତ୍ର ପୁରୀ ସାଂସଦ ଡା. ସମ୍ବିତ ପାତ୍ର ମନୋନୀତ ହେବା ଅବସରରେ ଓଡିଶାର କଳିଙ୍ଗ ୟୁନିୟନ ଅଫ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ (କେୟୁଡବ୍ଲ୍ୟୁଜେ) ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ରାଜ୍ୟ ସଂଘ ସଭାପତି ମନୋଜ ଦାସ ଓ ସାଧାରଣ ସଂପାଦକ ରାଜକିଶୋର ସ୍ୱାଇଁ, ଉପସଭାପତି ବିନାୟକ ମିଶ୍ର, ଚିତରଂଜନ ମହାନ୍ତି, ସୁବାସ ସ୍ୱାଇଁ, ସୌରଭ ପଟ୍ଟନାୟକ, ଦୁଃଶାସନ ନାୟକ, ବାସୁଦେବ ବରାଡ଼, ଅଜୟ ନାୟକ, ଅକ୍ଷୟ ରାଉତ, ବିପିନ ଦାସ, ସ୍ୱର୍ଯ୍ୟନାରାୟଣ ପ୍ରଧାନ, ଗଙ୍ଗାଧର ଦାଶ, ବିଭୂତୀଭୂଷଣ ତ୍ରୀପାଠୀ, ଜୟସେନ ପରିଡ଼ା, ସତ୍ୟଜିତ ଦାଶ, ଜୟକାନ୍ତ ରାଉତ, ନିରାକାର ଦଳେଇ, କମଳ ଦଳେଇଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତା, ଜିଲ୍ଲା ସଂଗଠନ କର୍ମକର୍ତା ଏବଂ ସମସ୍ତ ସଦସ୍ୟମାନେ ଡାକ୍ତର ପାତ୍ରଙ୍କୁ ଶୁଭେଚ୍ଛା ବାର୍ତା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ,ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ଭାବେ ଲୋକସଭାରୁ ତିନି ସାଂସଦଙ୍କୁ ବାଚସ୍ପତି ଓମ୍ ପ୍ରକାଶ ବିର୍ଲା ମନୋନୀତ କରିଛନ୍ତି । ମନୋନୀତ ସାଂସଦଙ୍କ ମଧ୍ୟରେ ପୁରୀ ସାଂସଦଙ୍କ ସମେତ ମହାରାଷ୍ଟ୍ର ଥାଣେର ଶିବସେନା ସାଂସଦ ନରେଶ ଗଣପତ ମସ୍କେ, ଝାଡଖଣ୍ଡର କଂଗ୍ରେସ ସାଂସଦ କାଳିଚରଣ ମୁଣ୍ଡା ରହିଛନ୍ତି । ଖବରକାଗଜ ଓ ଖବର ସରବରାହ ସଂସ୍ଥାର ଉନ୍ନତି ଏବଂ ପ୍ରେସ ସ୍ୱାଧୀନତା ପାଇଁ ପିସିଆଇ ଏକ ଅର୍ଦ୍ଧ-ନ୍ୟାୟିକ ସଂସ୍ଥା ଭାବରେ କାର୍ଯ୍ୟ କରିଥାଏ ।