ରାଜ୍ୟ

ଷଣ୍ଢ ବୋଝେଇ ପିକଭ୍ୟାନ ଜବତ

Spread It

ନିମାପଡ଼ା୨୪/୫(ଏ.ପି ନ୍ୟୁଜ) ଆଜି ସକାଳ ୪ସମୟରେ ଓଡ଼ି୦୨ଏମ ୧୭୮୨ ନମ୍ବର ଏକ ପିକଭ୍ୟାନ ଦୁଇଟି କଳାରଙ୍ଗର ଷଣ୍ଢବୋଝେଇକରି ପିପିଲି ଆଡ଼କୁ ଯାଉଥିବାବେଳେ ପୋରକଣା ଛକ ନିକଟରେ ଗ୍ରାମକୁ ପଡ଼ିଥିବା ନାଲି ରାସ୍ତାରେ ଗାଡ଼ିକୁ ଛାଡ଼ି ଚାଲିଯାଇଛି। ପିକଭ୍ୟାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇ ପୋରକଣା ଗ୍ରାମଛକରେ ରହିଥିଲା କିମ୍ବା ଲୋକମାନେ ପହଁଚିଂବାରୁ ଚାଳକ ଗାଡି ଛାଡ଼ି ଚାଲିଯାଇଥିଲା ପୁଲିସ ତଦନ୍ତରୁ ଜଣା ପଡ଼ିବ। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଜମାହୋଇ ନିମାପଡ଼ା ପୁଲିସକୁ ଖବର ଦେବାପରେ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଁଚିଁ ଗାଡ଼ିରେ ଲଦାହୋଇଥିବା ଷଣ୍ଢ ଉପରେ ଜରିପାଲ ଘୋଡ଼ାଇ ଚୋରାରେ ପରିବହନ କରାଯାଉଥିବା ଦେଖିବାକୁ ମିଲିଥିଲା। ସ୍ଥାନୀୟ ଲୋକମାନେ ପିକଅପଭ୍ୟାନ ଉପରୁ ଜରିପାଲ ହଟାଇ ଷଣ୍ଢ କୁ ଛାଡ଼ିଦେଇଥିଲେ। ପୁଳିସ ଉକ୍ତ ପିକଅପଭ୍ୟାନକୁ ଜବତକରି ଥାନାକୁ ଆଣିଛି। ପିକଭ୍ୟାନରେ ଚାଳକ ସମେତ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *