ରାଜ୍ୟ

ସଙ୍ଗଠିତ ହିନ୍ଦୁ ପରିବାର ପକ୍ଷରୁ ଶ୍ରଦ୍ଧାଂଜଳି ସଭା

Spread It

 

ପିପିଲି,୫/୫:(ଏପିନ୍ୟୁଜ)ଜାମୁ କାଶ୍ମିରୀ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ହିନ୍ଦୁ ପର୍ଯ୍ୟଟକଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ସଙ୍ଗଠିତ ହିନ୍ଦୁ ପରିବାର ପକ୍ଷରୁ ପିପିଲି ହାଟଛକ ଠାରେ ପଥପ୍ରାନ୍ତ ଶ୍ରଦ୍ଧାଂଜଳି ସଭା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପରିବାରର କାର୍ଯ୍ୟକର୍ତାମାନେ ଏନେଇ ଶୋକବ୍ୟକ୍ତ କରିବା ସହ ସେଠାରେ ପାକିସ୍ଥାନ ବିରୋଧି ନାରାବାଜି ଦେଇଥିଲେ । ଏପରିକି ପଶ୍ଚିମବଙ୍ଗଳାରେ ହିନ୍ଦୁମାନଙ୍କ ଉପରେ ହେଉଥିବାଅତ୍ୟାଚାରକୁ ମଧ୍ୟ ନିନ୍ଦା କରାଯିବା ସହ ଦୃଢ ବିରୋଧ କରାଯାଇଛି । ଅଂଚଳରେ ଥିବା ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ତୁରନ୍ତ ବିଦା କରିବାକୁ ଉକ୍ତ ସଙ୍ଗଠନ ସେଠାରେ ଦାବୀ କରିଥିଲା । ଏଥିରେ ଉକ୍ତ ସଙ୍ଗଠନର ସଂଯୋଜକ ପ୍ରଦୀପ୍ତ କୁମାର ବେହେରା, ପ୍ରକାଶ କୁମାର ପ୍ରଧାନ, ବଂଶୀଧର ସାହୁ, ମୁନୁ ଅଗ୍ରୱାଲ, ଅଭିଜିତ ବେହେରା, ସଂଜୀବ ସେଠୀ, ସରୋଜ ପରିଡ଼ା, ସୁଜିତ ବାରିକ ଓ ଅଭିଷେକ ଲେଙ୍କା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *