ରାଜ୍ୟଶିକ୍ଷା

ସଂସ୍କାର ଏକାଡେମୀର +୨ ପରୀକ୍ଷାରେ ଶତ ପ୍ରତିଶତ ସଫଳତା

Spread It

ନିମାପଡା (ଏପିନ୍ୟୁଜ) ନିମାପଡା ଗୁହାଳପଡା ସ୍ଥିତ ସଂସ୍କାର +2:ସାଇନ୍ସ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଚଳିତ ଉଚ୍ଚ ମଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ଛାତ୍ରୀ ସ୍ଵାଗତିକା ସେଠି ସର୍ବାଧିକ 544 ନମ୍ବର ରଖି ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପଞ୍ଚମ ସ୍ଥାନ ଅଧିକାର କରି ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । ସେହିପରି ଶିକ୍ଷାନୁଷ୍ଠାନର 12 ଜଣ ଛାତ୍ର ଛାତ୍ରୀ 80 ପ୍ରତିଶତ ନମ୍ବର ରଖିଥିବା ବେଳେ ଅନ୍ୟ ଛାତ୍ର ଛାତ୍ରୀ ମାନେ ମଧ୍ୟ ସଫଳତାର ସହ ଉତ୍ତିନ୍ନ ହୋଉଛନ୍ତି। ଛାତ୍ର ଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଗୌରୀଶଙ୍କର ମହାପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି। ଏହି ସଫଳତା ପାଇଁ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *