ବେଆଇନଭାବେ ଚୋରାରେ ଚାଲିଛି କରତକଳ
ବେଆଇନଭାବେ ଚୋରାରେ ଚାଲିଛି କରତକଳ
ଖେଲାର (ଏପି ନ୍ୟୁଜ) ଖେଲାର ଅଚଂଳରେ କୌଣସି ଅନୁମତି ନଥାଇ ବେଆଇନଭାବେ କରତ କଳ ଲୁଚାଛପାରେ ଚାଲିଛି। କରତକଳ ଚାଲିବା ପାଇଁ ବିଦ୍ୟୁତ ବିଭାଗ ଅନୁମତି ଦେଉନଥିବା ବେଳେ କରତ କଳମାଲିକମାନେ ଟ୍ରାକ୍ଟର ଇଂଜିନ ଳଗାଇ କରତକଳ ଚୋରାରେ ଚାଲୁ କରୁଛନ୍ତି। ଏହି ଅଚଂଳରେ ଥିବା ୪ଟି କରତକଳ ଦିନରାତି ଚାଲୁଛି। ଗ୍ରାମାଚଂଳରେ ଥିବା ଆମ୍ବ ,ପଣସ ଇତ୍ୟାଦି ଗଛ କାଟିବା ଜଙ୍ଗଲ ବିଭାଗ ବାରଣ କରିଛନ୍ତି। କିନ୍ତୁ ମଠସାହି, ରଡ଼ ବଜାର ଠାକୁରାଣୀ ମନ୍ଦିର ନିକଟରେ , ଭାଣପୁର ଚିଙ୍ଗୁଡ଼ିଆକଣ୍ଟା ଓ ହରିପୁର ଗ୍ରାମ ନିକଟରେ ଥିବା କରତକଳ ଗୁଡ଼ିକ ରାତିଦିନ ଅବାଧରେ ଚାଲୁଥିବା ଜଣାପଡ଼ିଛି। କରତକଳ ମାଲିକମାନେ ମୋରମ ଏବଂ ବାଲି ଟ୍ରକରେ ଶାଳ ,ଶାଗୁଆନ, ଧଅରା ଇତ୍ୟାଦି ଜାତିର ମୂଲ୍ୟବାନ ଗଛ ଗୁଡ଼ିକ ଚୋରାରେ ଆଣି ଉକ୍ତ କରତକଳ ଗୁଡ଼ିକରେ ଚିରଟକରି ଅତ୍ୟଧିକ ଦରରେ ବିକ୍ରି କରୁଥିବା ଜଣାପଡ଼ିଛି। କରତକଳ ମାଲିକମାନେ କାର୍ଯ୍ୟାନୁଷ୍ଠାନ ହେବା ଭୟରେ ଏକ ସିଣ୍ଡିକେଟ ଗଠନ କରିଛନ୍ତି। ବେଆଇନ କରତକଳକୁ ଜଙ୍ଗଲ ବିଭାଗ ଦୃଷ୍ଟି ଆଢଳରୁ ବଞ୍ଚିବା ପାଇଁ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇ ଜଙ୍ଗଳ ବିଭାଗ କମର୍ଚାରୀଙ୍କୁ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଉଛି। ସରକାରୀ ଦଳର ଜୈନିକ ସରପଞ୍ଚ ଜଙ୍ଗଲ ବିଭାଗ ଅଧିକାରୀ ଏବଂ କରତକଳ ମାଲିକଙ୍କ ମଧ୍ୟରେ ସେତୁବନ୍ଧ ସାଜିଛନ୍ତି।