୬ ଟି ବେଆଇନ କରତକଳ ଉପରେ ବନବିଭାଗର ଚଢ଼ଉ : ଯନ୍ତ୍ରାଂଶ ଓ କାଠଗଣ୍ଡି ଜବତ।
ଚାରିଛକ, (ଏ ପି ନ୍ୟୁଜ)ନିକଟସ୍ଥ ତୁଳସୀପୁର ଠାରେ ଚାଲୁଥିବା ବେଆଇନ କରତକଳ ମଧ୍ଯରୁ ୬ ଟି କରତ କଳ ଉପରେ ଆଜି ପୁରୀ ଓ ଅସ୍ତରଙ୍ଗ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ବେଆଇନ କରତ କଳ ଗୁଡ଼ିକ ରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ସହ କାଠଗଣ୍ଡି ଜବତ କରାଯାଇଛି। ପୁରୀ ଏସିଏଫ ଅଶୋକ ବେହେରା ଓ ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର, ବାଲୁଖଣ୍ଡ ରେଞ୍ଜର ପ୍ରଦୀପ୍ତ ମହାନ୍ତି, କୋଣାର୍କ-ଗୋପ ରେଞ୍ଜର ସଦର୍ଶନ ଦେହୁରୀ,
ଖେଲାର ବ୍ରହ୍ମଗିରି ରେଞ୍ଜର ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ବ ରେ ଏହି ଚଢ଼ାଉ କରା ଯାଇଥିଲା। ବନ ବିଭାଗର ୫୦ ରୁ ଉର୍ଦ୍ଧ କର୍ମଚାରୀ ଓ ପୋଲିସ ଫୋର୍ସ ଏହି ମିଳିତ ଚଢ଼ାଉ ରେ ସାମିଲ ହୋଇଥିଲେ । ଚଢ଼ାଉ ସମୟରେ କରତକଳ ମାଲିକମାନେ ଫେରାର ହୋଇ ଯାଇଥିଲେ। ତୁଳସୀପୁର ଓ ଏହାର ଆଖପାଖ ଅଞ୍ଚଳ ରେ ୨୦ ରୁ ଉର୍ଦ୍ଧ୍ବ ବେଆଇନ କରତ କଳ ଚାଲୁ ଥିବାବେଳେ ବନ ବିଭାଗ ମାତ୍ର ୬ ଟି କରତ କଳ ଉପରେ ଚଢ଼ାଉ କରିଥିଲା । ବନ ବିଭାଗ ର ଚଢ଼ାଉ ପୂର୍ବରୁ ଆଗୁଆ ସୂଚନା ପାଇ କରତ କଳ ମାଲିକ ମାନେ ଦାମୀ ଯନ୍ତ୍ରାଂଶ ସବୁ ଖୋଲି ଦେଇ ନେଇ ଯାଇ ଥିବାରୁ ଓ ବନ ବିଭାଗ ଜାଣିଶୁଣି କରତ କଳ ମାଲିକ ଙ୍କୁ ଗିରଫ କରୁ ନ ଥିବାରୁ ଏହି ଚଢ଼ାଉ ଲୋକ ଦେଖାଣୀଆଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।
