କ୍ରୀଡା

କପିଳେଶ୍ବର ବିଦ୍ୟାପିଠ, ଓହଳର ବାର୍ଷିକ କ୍ରିଡ଼ା

Spread It

 

 ନିମାପଡ଼ା,(ଏ.ପି.ନ୍ୟିୁଜ) ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସଲଙ୍ଗ ପଞ୍ଚାୟତର ଓହଳ ଗ୍ରାମର କପିଳେଶ୍ବର ବିଦ୍ୟାପୀଠର ବାଷିଁକ କ୍ରିଡ଼ା ଊତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଯାଇଛି।  ପ୍ରଧାନଶିକ୍ଷକ ପ୍ରଦୀପ ସ୍ବାଇଁଙ୍କ ତ୍ବତ୍ବାବଧାନରେ ଅନୁଷ୍ଠିତ କ୍ରିଡ଼ା ଉତ୍ସବକୁ ପରିଚାଳନା କମିଟି ଅଧ୍ୟକ୍ଷ ଶରତ କୁମାର ସାହୁ ଉଦଘାଟନ କରିଥିଲେ। କ୍ରିଡ଼ା ଶିକ୍ଷକ ସମରେନ୍ଦ୍ର ବରାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ବାଷିଁକ କ୍ରିଡ଼ା ନିକଟରେ ଥିବା ବାବା କପିଳେ୍‌ବର ମନ୍ଦିରରୁ ମଶାଳ ଅଣାଯାଇ କ୍ରିଡ଼ା ସ୍ଥଳରେ ସ୍ଥାପିତ କରାଯିବ ସହ ବିଦ୍ୟାଳୟର କ୍ରିଡ଼ାରେ ଭାଗନେଇଥିବା ୨ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ମାର୍ଚ୍ଚପାଷ୍ଟ କରି  ଭାଗନେଇଥିବା ଶୃଙ୍ଖଳିତ ଭାବେ  କ୍ରିତାକୁ ପରିଚାଳନା କରିବାପାଇଁ  ଶପଥ ପାଠ କରିଥିଲେ। କ୍ରିଡ଼ାବିତମାନେ ସାଇକେଲ  ରେସ, ଆଳୁଚାମଚ ରେସ, ଗଣିତ ରେସ ଏବଂ ମ୍ୟିୁଜିକ ଚ୍ରେୟାର ଆଦି ପତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ବିଧ୍ୟାଳୟର ଖେଳ ପଡ଼ିଆ ନଥିବାରୁ ପ୍ରତିଭାବାନ ଖେଳାଳୀ ରହିଥିଳେ ମଧ୍ୟ ଅଭ୍ୟାସ କରିପାରୁନଥିବା ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶିକ୍ଷକ ସୁଶାନ୍ତ ବେହେରା, ବିଭୁମିଶ୍ର, ବୈକୁଣ୍ଠ ,  ମମତା ବେହେରା, ଜୋତ୍ସାରାଣୀ ଦେଇ ପ୍ରମୁଖ ବା‌ଷିକ କ୍ରିଡ଼ାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *