ରାଜ୍ୟ

ଭେଙ୍କେଟେଶ୍ବର ଇଂରାଜୀ ମାଧ୍ୟମ ସ୍କୁଲରେ ବିଜ୍ଞାନ ମେଳା

Spread It

ନିମାପଡ଼ା (ଏ.ପି ନ୍ୟିୁଜ) ଭେଙ୍କେଟଶ୍ବର ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଦିବଙ୍ଗତ ମେଧାବୀ ଛାତ୍ର ଆୟନ ମିଶ୍ରଙ୍କ ସ୍ମୃତି ଉଦ୍ଧେଶ୍ୟରେ ଗତ ଦୁଇ ବର୍ଷ ଧରି ବାର୍ଷିକ ବିଜ୍ଞାନମେଳା ଅନୁଷ୍ଠିତ ହେଉଛି। ଏହି ବିଜ୍ଞାନ ମେଳା ଓ ପ୍ରଦର୍ଶନୀରେ ସ୍ଖୁଲର ଛାତ୍ରଛାତ୍ରୀ ସେମାନଙ୍କ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡ଼ିକ ବିଜ୍ଞାନ ମେଳାରେ ପ୍ରଦର୍ଶିତ କରିଥିଲେ। ସ୍କୁଲର କୁନି ବୈଜ୍ଞାନିକମାନଙ୍କ ଦ୍ବାରାପ୍ରସ୍ତୁତ କରାଯାଇଥିବା ପରିବେଶ ସମ୍ପର୍କୀୟ ପ୍ରକଳ୍ପ ଗୁଡ଼ିକ ଉଚ୍ଚ ବିଚାରକମାନ ଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା। ଦେଢ ଶହରୁ ଉର୍ଦ୍ଧ ପ୍ରକଳ୍ପ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀରେ ସ୍ଥାନିତ ହୋଇଥିଲା ଓ ସ୍କୁଲ ର ଛାତ୍ରଛାତ୍ରୀମାନେ ଭାଗନେଇଥିଲେ। ସ୍କୁଲର ନର୍ସରୀରୁ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିବା ପିଳାମାନେ ଚିତ୍ରକଳାରେ ଭାଗଦେଇ ସେମାନେ ଆଙ୍କିଥିବା ଚିତ୍ରଗୁଡ଼ିକ ପ୍ରଦର୍ଶିତ କରିଥିବାବେଳେ ଦ୍ବିତୀୟ ଠାରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡ଼ିକ ପ୍ରସ୍ତୁତକରି ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିଲେ।। ମେଳାକୁ ବିଦ୍ୟାଳୟର ପ୍ରତିଷ୍ଠାତା ବିଷ୍ଣୁ ଚରଣ ଦାଶ , ଉପ ନଗରପାଳ ସନ୍ତୋଷ ଦାଶ, ଓ ଶିକ୍ଷାବିତ ଅନିଲ କୁମାର ବିଶ୍ବାଳ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।, ବିଜ୍ଞାନମେଳାରେ ସ୍ଥାନିତ  ହୋଇଥିବା ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ ଡ଼କ୍ଟର ରବିନ୍ଦ୍ର ନାଥ ପାଢୀଏବଂ ଅଶୋକ ସ୍ବାଇଁ। ଆଗାମୀ ବର୍ଷମାନଙ୍କରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀରେ ଉତ୍କୃଷ୍ଟ ପ୍ରକଳ୍ପ ପ୍ରସ୍ତୁତ କରିବା ସହ ଉଦ୍ୟମ ଜାରିରକଖିବାକୁ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ପରାମର୍ଶ ଦେଇଥିଲେ। ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ସ୍ଖୁଲର ପରିଚାଳନା ନିର୍ଦ୍ଦୋଶିକା ସୁଶ୍ରୀ ଅନ୍ୟନ୍ୟା ଦାଶଙ୍କ ପ୍ରତ୍ୟ୪ ତତ୍ବାବଧାନରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା

Leave a Reply

Your email address will not be published. Required fields are marked *