କ୍ରୀଡା

 ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ । ଉଦଘାଟନ ମ୍ୟାଚରେ ସୁଆର ମହାସୁଆର ନିଯୋଗ ବିଜୟୀ

Spread It

 

ପୁରୀ (ଏ.ପି ନ୍ୟିୁଜ) ଚଳିତ ବର୍ଷ ର ଶ୍ରୀମନ୍ଦିର ଟ୍ରଫି ସେବାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆଜି   ଉଦଘାଟିତ ହୋଇଛି ।ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଓ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା  କ୍ରିକେଟ ଲିଗକୁ ଉଦଘାଟନ କରିବା ସହ ପାରସ୍ପରିକ ସଦଭାବନା, ସହଯୋଗ ଓ ଭାଇଚାରା ଏହା ଦ୍ଵାରା ବୃଦ୍ଧି ପାଇବ। ଚଳିତ ସିଜିନରେ ଅଂଶ ଗ୍ରହଣ କରୁଥିବା ସର୍ବମୋଟ ୨୨ ଟି ଟିମକୁ ୮ ଟି ଗୃପରେ ବିଭକ୍ତ କରା ଯାଇଛି।୮ ଦିନ ଧରି ଚାଲିବାକୁ ଥିବା ଏହି ଦିବା ରାତ୍ର ଟୁର୍ଣ୍ଣାମେଣ୍ଟ ରେ ୨୮ ଟି ମ୍ୟାଚ ଖେଳାଯିବ।ଏଥିରେ ମୋଟ ୩୫୨ ଜଣ ଖେଳାଳୀ ଅଂଶ ଗ୍ରହଣ କରୁଛନ୍ତି।ଗୃପ ଏ ରେ ସୁଆର ମହାସୁଆର ନିଯୋଗ, ହଡପ ନାୟକ ନିଯୋଗ ଓ ଦୟଣାମାଳି ସେବା ନିଯୋଗ,ଗୃପ ବି ରେ ଦର୍ପଣିଆ ନିଯୋଗ, ବଡୁସୁଆର ନିଯୋଗ, ସାବୁତ ନିଯୋଗ, ଗୃପ ସି ରେ ବିମାନ ବଡୁ ନିଯୋଗ, ପାଳିଆ ମେକାପ ନିଯୋଗ, ଚୁନରା ଗରୁଡ ନିଯୋଗ,ଗୃପ ଡି ରେ ମୁଦୁଲି ନିଯୋଗ, କୋଠଭୋଗ ପାଣିଆ ନିଯୋଗ, ପ୍ରତିହାରୀ ନିଯୋଗ, ଗୃପ ଇ ରେ ପାଟରା ବିଶୋଇ ନିଯୋଗ, ଖୁଣ୍ଟିଆ ନିଯୋଗ, ସୁଆର ବଡୁ -ପତ୍ରିବଡୁ ନିଯୋଗ,ଗୃପ ଏଫ ରେ ଦଇତାପତି ନିଯୋଗ, ଶୁଦ୍ଧ ସୁଆର ନିଯୋଗ, ପୂଜା ପଣ୍ଡା ନିଯୋଗ, ଗୃପ ଜି ରେ ବଲ୍ଲଭ ଯୋଗାଣିଆ ନିଯୋଗ, ପୁଷ୍ପାଳକ ନିଯୋଗ, ଗୃପ ଏଚ ରେ ଗରାବଡୁ ନିଯୋଗ ଓ ପୁରୀ ଘଂଟୁଆ ନିଯୋଗ ରହିଛନ୍ତି।
ଆଜି ପ୍ରଥମ ମ୍ୟାଚ ସୁଆର ମହାସୁଆର ନିଯୋଗ ଓ ହଡପ ନାୟକ ନିଯୋଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ସୁଆର ମହାସୁଆର ନିଯୋଗ ୧୫ ଓଭରରେ ୫ ୱ୍ବିକେଟ ହରାଇ ୧୬୯ ରନ କରିଥିବା ବେଳେ ହଡପ ନାୟକ ନିଯୋଗ ୧୫ ଓଭରରେ ୮ ୱ୍ବିକେଟ ହରାଇ ୮୯ ରନ କରି ପରାଜିତ ହୋଇଥିଲେ।ଦ୍ୱିତୀୟ ମ୍ୟାଚ ଦର୍ପଣିଆ ନିଯୋଗ ଓ ବଡୁସୁଆର ନିଯୋଗ ମଧ୍ୟରେ ଅନୁଷ୍ଠିତ ହୋଇଛି।
ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଏସପି ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ନାଥ ସାହୁ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଉପ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ବେହେରା,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,କ୍ରୀଡା ସଂସଦ ର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର,ଅନନ୍ତ ତିଆଡି,
କେଦାର ନାଥ ଖୁଣ୍ଟିଆ, ମାଧବ ପୂଜାପଣ୍ଡା, ନାରାୟଣ ଗୋଛିକାର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *