ରାଜ୍ୟ

ରେଞ୍ଚର ଉଦୟନାଥ ପବ୍ଲିକ ସ୍କୁଲ ପକ୍ଷରୁ ୨୫ ବର୍ଷ ପୁର୍ତ୍ତି ପାଳନ ସମାରୋହ

Spread It

 

 ରେଞ୍ଚଶାସନ(ଏ.ପି ନ୍ୟିୁଜ)  ଉଦୟନାଥ ପବ୍ଳିକ ସ୍କୁଲ ରେଞ୍ଚ ପକ୍ଷରୁ ପ୍ରତିଷ୍ଠା ହେବାର୨୫ ବର୍ଷ ପୁର୍ତ୍ତି ପାଳନ ଦୁଇ ଦିନ ଦିନଧରି ସ୍କୁଲ ପରିସରରେ ଅନୁଷ୍ଠିତ  ହୋଇଯାଇଛି।  ଉଦଘାଟନ ସମାରୋହରେ ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ବିଜେପି ମୁଖପାତ୍ର  ସମୀର ରଞନ ଦାଶ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ  ମୁଖ୍ୟ ବକ୍ତାଭାବେ ପଠାଣି ସାମନ୍ତ ପ୍ଲାଟୋନିୟମର ପୁର୍ବତନ ନିର୍ଦ୍ଦେଶକ ଶୁଭେନ୍ଦୂ ପଟ୍ଟନାୟକ  ସ୍ବତନ୍ତ୍ର ନିମନ୍ତ୍ରୀତ  ଅତିଥିଭାବେ ଷ୍ଟାଫ ସିଲେକସନ  ବୋର୍ଡ଼ର ସଭ୍ୟ ପ୍ରଫେସର ଡ଼ଃ ଶ୍ରୁତି ଦାଶ , ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ସ୍ବାଇଁ  ଓ ସରପଞ୍ଚ ପ୍ରସନ୍ନକୁମାର ସ୍ବାଇଁ ଯୋଗଦେଇଥିଲେ । ଯୋଗଦେଇଥିବା ଅତିଥିମାନେ ଘରୋଇ ଭାବେ ପରିଚାଳିତ ଇଂଗ୍ରାଜି ମାଧ୍ୟମ ସ୍କୁଳର ୨୫ ବର୍ଷ ପାଳନ କରୁଥିବାରୁ ପରିଚାଳନା କର୍ତ୍ତୁପକ୍ଷଙ୍କୁ ଧନ୍ୟବାଦର ପାତ୍ର ବୋଲି କହିଥିଳେ ।  ଉଦୟନାଥ ପବ୍ଲିକ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ବିଭୂତି ଭୂଷଣ ଦାଶ ସ୍ବାଗତ ଭାଷଣ ଦେଇଥିଲେ। ପ୍ରିନସପାଲ ତପସ୍ବନୀ ଦାଶ ଶିକ୍ଷାବର୍ଷ ୨୫-୨୬ର ବାଷିଁକ ବିବରଣୀ ପାଠ କରିଥିଲେ।  ଉଦଯାପନୀ ସମାରୋହରେ  ବୈଜ୍ଞାନିକ ଡ଼ଃ ପ୍ରମୋଦ କିଶୋର ପଣ୍ଡା, ପ୍ରଫେସର ଅନିଲ କୁମାର ବିଶ୍ବାଳ, ସମବାୟବିତ ସୁଶ୍ରୀ ପ୍ରଭାସିନ ଷଡ଼ଙ୍ଗୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଉଦଯାପନୀ ଉତ୍ସବରେଯୋଗଦେଇଥିବା ଅତିତିମାନେ ଉଦୟନାଥ ପବ୍ଲିକ ସ୍କୁଲର ମୁଖପତ୍ର ଉଦୟକୁ  ଥିବା  ଉନ୍ମୋଚନ କରାଯାଇଥିଲା।  ଛାତ୍ରଛାତ୍ରୀମାନଙ୍କ ଦ୍ବାରାରଙ୍ଗାରଙ୍ଗ ସାଂସ୍କୃତିକାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *