ଇସ୍ତାହାର, ନାଗରିକ ମଂଚ
ନିମାପଡ଼ା , ( ଅବସରପ୍ରାପ୍ତ ଶିକ୍ଷକ ନିରଞନ ସ୍ବାଇଁଙ୍କ ରିପୋର୍ଟ) ଏତଦ୍ ଦ୍ଵାରା ବରିଷ୍ଠ ନାଗରିକ ମଞ୍ଚର ସମସ୍ତ ସଦସ୍ୟ/ସଦସ୍ୟା ମାନଙ୍କୁ ଜଣାଇ ଦିଆଯାଉଛି ଯେ ଆସନ୍ତା ତା ୧୧-୦୨-୨୦୨୬ ରିଖ ବୁଧବାର ପୂର୍ବାହ୍ନ ଘ ୯-୩୦ ମିନିଟ୍ ସମୟରୁ ଲାୟନଂଶ କ୍ଲବ ଆନୁକୁଲ୍ୟ ରେ ଓ ବରିଷ୍ଠ ନାଗରିକ ମଞ୍ଚ , ନିମାପଡ଼ା ସହଭାଗିତାରେ ଏକ ଚକ୍ଷୁ ଚିକିତ୍ସା ଶିବିର, ନିମାପଡ଼ା ସରକାରୀ ଚିକିତ୍ସାଳୟ ପରିସର ରେ ଅନୁଷ୍ଠିତ ହେବ।
ଏଣୁ ଯେଉଁ ସଭ୍ୟ ମାନଙ୍କର କିମ୍ବା ତାଙ୍କ ଆତ୍ମୀୟ ସୋଜନ ମାନଙ୍କର ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଆବଶ୍ୟକ ସେମାନେ ଉକ୍ତ ଦିବସରେ ଓ ସଠିକ୍ ସମୟରେ ଉପସ୍ଥିତ ହୋଇ ଚିକିତ୍ସା ଶିବିରର ସୁଯୋଗ ନିଅନ୍ତୁ।
ବି: ଦ୍ର:- ପ୍ରକାଶ ଥାଉକି ଯେଉଁ ମାନେ ଚିକିତ୍ସା ସୁବିଧା ଉପଲବ୍ଧ କରିବେ, ସେମାନେ ତାଙ୍କର ଆଧାର କାର୍ଡର କପି ସାଙ୍ଗରେ ନେଇ ଆସିଥିବା ପାଇଁ ଅନୁରୋଧ ।
ଯେଁଉ ମାନଙ୍କର ଅପରେସନ ଦରକାର ପଡିବ ସେମାନେ ଭୁବନେଶ୍ୱର ଯିବାପାଇଁ ପ୍ରସ୍ତୁତ ହୋଇ ଆସିବା ପାଇଁ ଅନୁରୋଧ। ଦିଗମ୍ବର ନାୟକ ସଂପାଦକ , ବରିଷ୍ଠ ନାଗରିକ ମଂଚ ନିମାପଡ଼ା.
