ରାଜ୍ୟ

ସୋସିଆଲ ମିଡିଆ ଇନଫ୍ଲୁଏନସର ଙ୍କ କୋଣାର୍କ ମନ୍ଦିର ପରିଦର୍ଶନ

Spread It

ପୁରୀ (ଏ.ପି ନ୍ୟିୁଜ) ଆଜି ପୂର୍ବାହ୍ନରେ ୯ ଟି ରାଷ୍ଟ୍ର ର ୧୮ ଜଣ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହାୟତାରେ ସେମାନେ ଭୁବନେଶ୍ୱର ରୁ ଆସିଥିଲେ।ନୋଡାଲ ଅଫିସର ଭାବେ ସୂଚନା ଅଧିକାରୀ ବିନାୟକ ମିଶ୍ର ଓ ସୂର୍ଯ୍ୟ ପ୍ରକାଶ ଜଟି ତାଙ୍କୁ ସହଯୋଗ କରିଥିଲେ।କୋଣାର୍କ ରେ ସେମାନେ ପହଞ୍ଚିବା ପରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ତାଙ୍କୁ ସ୍ବାଗତ କରିଥିଲେ।ପରେ ଗାଇଡ ଅନିମେଶ ଙ୍କ ତତ୍ତ୍ୱାବଧାନରେ ଏହି ବିଦେଶୀ ଇନଫ୍ଲୁଏନସର ମାନେ ମନ୍ଦିର ଦେଖିବା ସହ ବିବିଧ ତଥ୍ୟ ପଚାରି ବୁଝିଥିଲେ ଓ ଫଟୋ ଉଠାଇଥିଲେ।ମନ୍ଦିର କୁ ଦେଖି ଓ ମନ୍ଦିର ସମ୍ପର୍କରେ ଅବଗତ ହୋଇ ସେମାନେ ଖୁସି ବ୍ୟକ୍ତ କରିଥିଲେ।ଏହି ଟିମ ରେ ମିଁୟାମାର ରୁ ଥାନ୍ ଟିଣ୍ଟ, ୟା ମିନ ଥେନ୍ ,ଇଣ୍ଡୋନେସିଆ ରୁ ପାନ୍ଧୁ ୱ୍ବାସକିଥା,ରଫି ଫଦିଲାହା ରିଜକୁଲ୍ଲା, ଜାପାନ ରୁ ତାକୁରା କାକେଫୁଦା,ସାରି ଟିସୁକା,ୟୋକୋ ନୋଗାମୀ,ମାଙ୍ଗୋଲିଆରୁ ଏନଖବୁଲଗାନ ଏନଖାବତର,ଖାନକୁ ଜରଗଲବାୟାର,ସିଙ୍ଗାପୁର ରୁ ମେଲଭିନ ଟିସେଙ୍ଗ, ହୁକେଲନାଥାନିଏଲ ଅବଦୁଲ୍ଲା, ମାଲେସିଆ ରୁ ମହମ୍ମଦ ଆଫିଗ ବିନ ଆବାଦ ରହିମ,ନୁରୁଲା ଅତିଗ ବିନ୍ତି ରସିଦ,ସାଉଥ କୋରିଆ ରୁ ମିଁୟୁଁଘାନ ପାର୍କ,ସାଘ୍ନାନ ଚୋ,ଶ୍ରୀଲଙ୍କା ରୁ ୱ୍ଵାଇ ଦିନେଶ ଆସିରି ପାଥୁମ ପେୟିରିସ, ୱ୍ବିଜିକୋନ ମୁଦିଆନ ସେଲଜ ଶ୍ରୀଆନ୍ଥା ଇଣ୍ଡୁଲି ୱ୍ବାଇଜେକୋନ ଓ ଥାଇଲାଣ୍ଡ ରୁ ପାଟାମୋନ କାନଜନପୁନ ସାମିଲ ହୋଇଥିଲେ।ପରେ ସେମାନେ ଭୁବନେଶ୍ୱର ଫେରି ଫେରି ଯାଇଥିଲେ

Leave a Reply

Your email address will not be published. Required fields are marked *