Uncategorized

ବଦାନ୍ୟ ବ୍ୟକ୍ତି ମାନଙ୍କୁ ଗ୍ରାମ୍ୟ ପରିଚାଳନା କମିଟି ପକ୍ଷରୁ ସମ୍ୱର୍ଦ୍ଧନା।

Spread It

ଚାରିଛକ,( ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା କନକ ଦୂର୍ଗା ଙ୍କ ମହା ଅଷ୍ଟମୀ ଉତ୍ସବ ଅବସର ରେ ମନ୍ଦିର ପରିସର ରେ ତୁଳସୀପୁର ଗ୍ରାମ ପରିଚାଳନା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଥିଲା। ସନ୍ତୋଷ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଗ୍ରାମ କମିଟି ସଭାପତି ବନ ବିହାରୀ ଦାଶ ସଭାପତିତ୍ବ କରିଥିଲେ। ଅତିଥି ଭାବେ ଶିକ୍ଷାବିତ ପ୍ରଫେସର ଗୋପୀନାଥ କର ଓ ଡ଼.ସନ୍ତୋଷ କୁମାର ମିତ୍ର ଯୋଗ ଦେଇ ଥିଲେ। ମା କନକ ଦୂର୍ଗା ମନ୍ଦିର ର ଅଗଣା ଛାତ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିଥିବା ବିଶିଷ୍ଟ ବ୍ୟବସାୟୀ ପବିତ୍ର ବିଶ୍ଵାଳ, ପ୍ରକାଶ କୁମାର ତ୍ରିପାଠୀ, ଲିଙ୍ଗରାଜ ସାହୁ ଲାବଣ୍ୟବତୀ ଚ୍ୟାରି ଟେବୁଲ ଟ୍ରଷ୍ଟ ର ଟ୍ରଷ୍ଟି ଅମରେଶ୍ୱର ତ୍ରିପାଠୀ ଓ ଛାତ କାର‌୍ୟ୍ୟ କରିଥିବା ପ୍ରମୋଦ କୁମାର ଦାସ ପ୍ରମୁଖ ଙ୍କୁ ମାନପତ୍ର ଓ ମା ଙ୍କ ଲାଗି ଉତ୍ତରୀୟ ପ୍ରଦାନ କରି ଅତିଥି ମାନେ ସମ୍ୱର୍ଦ୍ଧିତ କରିଥିଲେ।ଏଥି ସହିତ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ବନ ବିହାରୀ ଦାଶ,ସମ୍ପାଦକ ବିଜୟ ମଲ୍ଲିକ, କୋଷାଧ୍ୟକ୍ଷ ଅନିରୁଦ୍ଧ ତ୍ରିପାଠୀ ଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବ ରେ ବୟୋଜ୍ୟେଷ୍ଠ ଗ୍ରାମବାସୀ କ୍ଷମାନିଧି ତ୍ରିପାଠୀ, କୈଳାସ ତ୍ରିପାଠୀ, ଦ୍ଵିଜବର ସାହୁ, ରଜନୀକାନ୍ତ ତ୍ରିପାଠୀ,ଗଗନ ଭୋଇ ଙ୍କ ସହିତ ଅନ୍ୟ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *