କ୍ରୀଡା

ପ୍ରାକ୍ଟିସିଂ ନୋଡ଼ାଲ ସ୍କୁଲର ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା

Spread It

 ନିମାପଡ଼ା (ଏ.ପି ନ୍ୟିୁଜ) ପ୍ରାକ୍ଟିସିଂ ନୋଡ଼ାଲ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା I ବିଭିନ୍ନ ବର୍ଗରେ ଅନୁଷ୍ଠିତ କ୍ରୀଡାରେ ସଫଳତା ଅର୍ଜନ କରିଥିବା ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପାଢ଼ୀ (ବି. ଇ. ଓ ) ନିମାପଡା ଶିକ୍ଷI ଜିଲ୍ଲା ଅଧିକାରୀ ମହୋଦୟ ପୁରସ୍କାର ବିତରଣ କରିଥିବା ବେଳେ ଚଳିତ ବର୍ଷର ଶ୍ରେଠ କ୍ରୀଡ଼ାବିତ ଭାବରେ ବିଦ୍ୟାଳୟର ୭ମ ଶ୍ରେଣୀର ଛାତ୍ରୀ ସନ୍ତୋଷିନୀ ସାହୁଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମର ସଫଳରୂପାୟନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ- ଶିକ୍ଷିକା ଶ୍ରୀମତୀ କ୍ଷଣପ୍ରଭା ପାତ୍ର, ମାହେଶ୍ୱରୀ ଦାଶ, ଇପ୍ସିତା ପ୍ରିୟଦର୍ଶିନୀ, ତ୍ରୟୀଲିପ୍ତା ଦାଶ ଓ ସ୍ନେହଲତା ସ୍ୱାଇଁ ଓ ପ୍ରଧାନ ଶିକ୍ଷକ ନିର୍ମଳ ମିଶ୍ର ଉପସ୍ଥିତ ରହିଥିଲେ I ନିମାପଡା ବାରବାଟୀ ପଡିଆରେ ସମସ୍ତ ଖେଳାକୁଦ ପ୍ରତିଯୋଗିତା ଯଥା ୧୦୦- ୨୦୦ ମିଟର, ଲମ୍ବ ଡିଆଁ – ଉଚ୍ଚ ଡିଆଁ ପ୍ରତିଯୋଗିତା ଏବଂ ଜୁନିଅର ବିଭାଗରେ ଗଣିତ ଦୌଡ, ଚକୋଲେଟ ଦୌଡ, ଅଖା ଦୌଡ, ବେଙ୍ଗ ଡିଆଁ – ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ବିଦ୍ୟାଳୟର ଅଭିଭାବକ ଓ ଅଭିଭାବିକା ମାନଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ଶୁଭଶ୍ରୀ ବରାଳ ଉପସ୍ଥିତ ରହିଥିଲେ I ପୁରଷ୍କାର ବିତରଣ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପାଢୀ, ସଂକାରୀ ମଣ୍ଡଳ ଅଧିକାରୀ ଗୀତାଞଳି ନାୟକ ,ସୁଦର୍ଶନ ଭୋଇ , ଅଭୟ କୁମାର ବେହେରା ଓ ପୁଷ୍ପମିତ୍ରା ମିଶ୍ର ଅତିଥିଭାବେ ଯୋଗଦେଇ କୃତୀ କ୍ରିଡ଼ାବିତ  ସନ୍ତୋଷୀ ସାହୁ – ଧନଞ୍ଜୟ ସେଠି – ଶ୍ରଦ୍ଧାଞ୍ଜଳି ପ୍ରିୟଦର୍ଶିନୀ – ଅଲିଭା ପ୍ରିୟଦର୍ଶିନୀ – ପୁର୍ଣିମା ସାହୁ – ଆଶୁତୋଷ ସ୍ୱାଇଁ – ବିଭୂପ୍ରସାଦ ନାୟକ ଶ୍ରଦ୍ଧା ମଲିକ – ଲୋଟସ ବସ୍ତିଆ ଆଦି କୃତି ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଥିଲେ I ଲଷ୍ମୀଧର ସେଠୀ (ସି. ଆର. ସି. ସି ) ମଧ୍ୟ ଉପସ୍ଥିତ ରହିଥିଲେ I

Leave a Reply

Your email address will not be published. Required fields are marked *