ଦେଉଳି ମଠ ଠାରୁ ଶ୍ରୀକ୍ଷେତ୍ର ଗଲା ଅଣସର ଫଳ ଭାର।
ଦେଉଳି ମଠ ଠାରୁ ଶ୍ରୀକ୍ଷେତ୍ର ଗଲା ଅଣସର ଫଳ ଭାର।
କାକଟପୁର,(APNEWS) ସ୍ନାନ ପୂର୍ଣ୍ଣିମା ରେ ସ୍ନାନ କରି ପୁରୀ ଶ୍ରୀ ମନ୍ଦିର ର ଶ୍ରୀ ଜିଉ ମାନେ ଜ୍ୱର ରେ ପୀଡ଼ିତ ହୋଇ ପଡ଼ି ଅଣସର ଗୃହ ରେ ଦଇତାପତି ସେବକ ମାନଙ୍କ ଦ୍ବାରା ଗୁପ୍ତ ସେବା ପାଉଛନ୍ତି। ଏହି ସମୟରେ ଶ୍ରୀ ଜିଉ ମାନଙ୍କ ପାଖରେ କେବଳ ଫଳ ମୂଳ ଔଷଧ ଭୋଗ ଲାଗି ହେଉଛି। ସେ ଦୃଷ୍ଟି ରୁ ଶ୍ରୀ ଜିଉ ମାନଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ପ୍ରାଚୀ ଉପତ୍ୟକା ର ଦେଉଳି ମଠ ଠାରୁ ଶ୍ରୀ ଜିଉ ମାନଙ୍କ ପାଇଁ ଶ୍ରୀ କ୍ଷେତ୍ର କୁ ଆଜି ଫଳ ମୂଳ ଭାର ପ୍ରେରଣ କରା ଯାଇଛି। ପ୍ରାଚୀ ଉପତ୍ୟକା ଅଞ୍ଚଳ ର ଭକ୍ତ ମାନେ ନିଜ ନିଜ ବାଡ଼ି ରୁ ଆମ୍ବ, ପଣସ, ନଡିଆ, କଦଳୀ, କେନ୍ଦୁ, ଲେମ୍ବୁ, ସପୁରୀ, ତୁଳସୀ ପ୍ରଭୃତି ଫଳ ମୂଳ ସବୁ ଆଣି ପ୍ରାଚୀ କୁଳସ୍ଥ ଦେଉଳି ମଠ ଠାରେ ଠୁଳ କରିଥିଲେ। ଫଳ ମୂଳ ସବୁକୁ ମଠର ପୂଜକ ମିତୁ ରଞ୍ଜନ ଦିକ୍ଷୀତ ଶଗଡ଼ ଗାଡ଼ି ରେ ଠୁଳ କରିବାପରେ ହରିବୋଲ, ହୁଳହୁଳି ପକାଇ, ସଂକୀର୍ତ୍ତନ କରି,ଜୟ ଜଗନ୍ନାଥ ଧ୍ଵନୀ ଦେଇ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପଠା ଯାଇଥିଲା। ଜଗନ୍ନାଥ ଭକ୍ତ କାଳୀ ପ୍ରସାଦ ଫଳ ଭାର ବୋଝାଇ ଶଗଡ଼ କୁ ଚଳାଇଥିଲେ। ଫଳ ଭାର ଶଗଡ଼ ଗାଡ଼ି ସହିତ ଜଗନ୍ନାଥ ପ୍ରେମୀ ମାନସ ତ୍ରିପାଠୀ, ବାବୁ, ଧୁନା, ଯୋଗିଆ, ସାଗର, ମଙ୍ଗୁଳି ପ୍ରମୁଖ ପୁରୀ ଶ୍ରୀ କ୍ଷେତ୍ର ଯାଇଛନ୍ତି।
