ପରୀକ୍ଷା ଦେବାକୁ ଯାଉଥିବାବେଳେ ଛାତ୍ରୀ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର
ଗୋପ (ଏ.ପି ନିୟୁଜ)ଗୋପ ଥାନା ଅନ୍ତର୍ଗତ ନାଗପୁର ସାହିର ରାନି ବିଶ୍ୱାଳ +2 ବିଜ୍ଞାନର ଦ୍ବିତୀୟ ବର୍ଷର ଛାତ୍ରୀ ନିଜ ସାଇକେଲରେ ଗୋପ କଲେଜକୁ ପରୀକ୍ଷା ଦେବାକୁ ଯାଉଥିବା ବେଳେ ମୁଗୁରିଆ ଶଙ୍ଖ ଠାରେ କେହି ଦୁର୍ବୁତ୍ତ ତାଙ୍କୁ ଅଟକାଇ ଏକ ବ୍ଲେଡ଼ କିମ୍ବା ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିବା ଫଳରେ ଛାତ୍ରୀଙ୍କ ବେକ ଅଣ୍ଟା ଓ ଛାତିରେ ଗଭୀର ଆଘାତ ଲାଗିଛି । ଗରୁତର ଆହତ ହୋଇଛନ୍ତି ଅଚେତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ନାଗପୁର ଡ଼ାକ୍ତରଖାନା ଚିକିତ୍ସା ପାଇଁ ନେଇଥିଲେ ଅବସ୍ଥା ଗୁରୁତର ଥିବାରୁ ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଦୁର୍ବୁତ୍ତ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଆଜି କେମେଷ୍ଟ୍ରି ପରୀକ୍ଷା ଦେବା ପାଇଁ ଛାତ୍ରୀ ଜଣକ ସକାଳ ୮ଟାରେ ଘରୁ କଲେଜକୁ ଯାଉଥିବା ବେଳେ ଏଭଳି ଆକ୍ରମଣର ଶିକାର ହୋଇଥିଲେ । ତେବେ ଛାତ୍ରୀ ଜଣକ ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି ।ଏପଟେ ଘଟଣା ସ୍ଥଳରେ ଗୋପ ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ଛାତ୍ରୀର ପିତା ଚରଣ ବିଶ୍ବାଳ ଗୋପପୁଲିସ ରେ ଅଭିଯୋଗକରିବାପରେ ମାମଲାରୁଜୁକରି ତଦନ୍ତ ଚଳାଇଛି।
