ରାଜ୍ୟ

ଜମାଣ ଦେଖିବାକୁ ଯାଇଥିବା +୨ ର ଛାତ୍ରକୁ ମାରଣାସ୍ତ୍ରରେ ଆକ୍ରମଣ କରି ସୁନାଚେନ ଏବଂ ଟଙ୍କା ଲୁଟିନେଲେ

Spread It

 ବଳଙ୍ଗା(ଏ.ପି .ନିୟୁଜ) ରେସିଙ୍ଗା ଗ୍ରାମର ମୈାମ୍ୟରଞନ ଖୁଣ୍ଟିଆ  ମେଳନର ଜମାଣ ଦେଖିବାକୁ ଗତ ରାତିରେ  ବଳଙ୍ଗା ଯାଇଥିଲେ।  ବଳଙ୍ଗା ଥାନା ଅଧିନସ୍ଥ  ବାଲିଘାଇ ଅଞ୍ଚଳର ତପୁନ ନାମକ ଯୁବକ ତାର ଦୁଇ ଜଣ ସାଥିଙ୍କ ସହଯୋଗରେ ମୋୖମ୍ୟରଞନର ପିଠିପାଖକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ୭/୮ ଟି ଜାଗା  କାଟିପକାଇ ରକ୍ତାକରି ପକାଇଥିଲେ। ସେ ବେହୋସ ହୋଇ ପଡ଼ିଥିବାବେଳ ଦୁର୍ବତ୍ତମାନେ ସୈାମ୍ୟରଞନ ପିନ୍ଧିଥିବା ସୁନାଚେନ ଏବଂ ପକେଟରେ ଥିବା ୭ଶହ ଟଙ୍କା ଲୁଟି ନେଇଥିଲେ। ବଳଙ୍ଗା ପୁଲିସ ଖବରପାଇ ଘଟଣାସ୍ଥଳରେ ପଡ଼ି ଗୁରୁତର ଆହତ ସୋୖମ୍ୟରଞନକୁ  ଚିକିତ୍ସାପାଇଁ ବଳଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଅବସ୍ଥାଗୁରୁତର ହେବାରୁ ଅଧିକ ଚିକିତ୍ସାପାଇଁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତ ସୈାମ୍ୟରଞନର ବାପା ଅଶୋକ ଖୁଣ୍ଟିଆ ବଳଙ୍ଗା ଥାନାରେଅଭିଯୋଗ କରିଛନ୍ତି।  ମୁଖ୍ୟ ଅଭିଯୁକ୍ତ ପୁଲିସ ଅଟକରଖି ତଦନ୍ତ ଚାଳଇଛି।

Leave a Reply

Your email address will not be published. Required fields are marked *