ରାଜ୍ୟ

ବିଚାର ବିଭାଗୀୟ ହାଜତରେ ଥିବା ମହିଳା କୟଦି ଆତ୍ମହତ୍ୟା

Spread It

ନିମାପଡ଼ା,(ଏ.ପି ନି୍ୟୁଜ) ନିମାପଡ଼ା ସବ ଜେଲରେ ହତ୍ୟାମାମଲାରେ ବିଚାରଧୀନ କୟଦିଭାବେ ଜେଲ
ହାଜତରେ ଥିବା ମହିଳା କଏଦି ଆତ୍ମହତ୍ୟା କରିଥିବା ସୁଚନା ମିଳିଛି। ମିଳିଥିବା ସୁଚନାରୁ ପ୍ରକାଶ
ଡ଼େଲାଙ୍ଗ ଥାନା ଅଞ୍ଚଳର ମଧୁସ୍ମିତା ବରାଳ ନାମକ ୩୦ ବର୍ଷର ମହିଳା ନିଜ ୨ ବର୍ଷର ଝିଅକୁ ହତ୍ୟାକରିଥିବା ଅଭିଯୋଗରେ ୨୦୨୦ ମସିହାରୁ ନିମାପଡ଼ା ସବଜେଲରେ କଏଦି ଭାବେଥିଲେ। ହତ୍ୟା ମାମଲାରବିଚାର ନିମାପଡ଼ା କୋର୍ଟରେ ଚାଲିଥିଳା। ଆଜି ସକାଳ ୧୧ଟାରେ ଉକ୍ତ ମହିଳା ଶୈାଚହେବାପାଇଁଶୈାଚାଳୟକୁ ଯାଇ ଆତ୍ମହତ୍ୟା କରିଥିବା ସୁଚନା ମିଳିଛି। ଜେଲରେ ଥିବା ମହିଳା ବେକରେ ଲୁଗାବାନ୍ଧିଆତ୍ମହତ୍ୟା କରିଛନ୍ତି। ମହିଳା କଏଦିକୁ ତୁରନ୍ତ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜେଲପକ୍ଷରୁ ଚିକିତ୍ସା ପାଇଁ ଭତ୍ତି କରାଯାଇଥିଲା କିନ୍ତୁ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଆତ୍ମହତ୍ୟkକରିଥିବା ମହିଳା କଏଦିକୁ ମୃତ ଦେହକୁ ପୁରୀ ନିଆଯାଇ ସଂରକ୍ଷଣ କରି ରଖାଯାଇଥିବା ନିମାପଡ଼ା ଜେଲପକ୍ଷରୁ ମିଳିଥିବା ସୁଚନାରୁପ୍ରକାଶ।ଜେଲରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ମହିଳା କଏଦିଙ୍କଆତ୍ମହତ୍ୟା ଘଟଣାରୁ ସଷ୍ଟବାରିହୋଇ ପଡ଼ିଛି

Leave a Reply

Your email address will not be published. Required fields are marked *