ରାଜ୍ୟ

ନିମାପଡ଼ାରରେ ଜାତୀୟ ଯୁବ ଦିବସ ପାଳନ

Spread It

 ନିମାପଡ଼ା, (ଏ.ପି ନ୍ୟୁଜ ସନ୍ତୋଷ ଦାଶ) ଆଜି ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦ ଙ୍କ ୧୬୩ ତମ ପୁଣ୍ୟ ଜୟନ୍ତୀ ।. ସାରାଦେଶରେ ଆଜିର ଦିନକୁ ଜାତୀୟ ଯୁବ ଦିବସଭାବେ ପାଳନ କରାଯାଉଛି। ଏହି ମହାନ ବ୍ୟକ୍ତିଙ୍କ ଜନ୍ମ ୧୮୬୩ ମସିହା ଜାନୁଆରୀ ୧୨ ତାରିଖ କଳିକତାର ଛତ୍ତରଭାଗରେଥିବା ସିମଳିଆରେ। ଆଜି ମହାପୁରୁଷ ଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ନିମାପଡ଼ା ମହାବିଦ୍ୟାଳୟ ପରିସରରେଥିବା  ଭାରତର ଯୁବଶକ୍ତିର କର୍ଣ୍ଣଧାରା ଓ ପ୍ରେରଣା ଓ ଉତ୍ସ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ନିକଟରେ ନିମାପଡ଼ାର ଚେତନାଶୀଳ ଯୁବକ ବୁଦ୍ଦିଜିବି ମାନେ ଏକାଠି ହୋଇଥିଲେ। ନିମାପଡ଼ା ମହାବିଦ୍ୟାଳୟ ର ସମ୍ମାନନୀୟ ଅଧ୍ୟକ୍ଷା, ଅମିତା ମହାନାୟକ, ପ୍ରଶାସନିକ ଅଧିକାରୀ ଡ଼ଃ ରବିନ୍ଦ୍ର କୁମାର ପାଢୀ  ମହାବିଦ୍ୟାଳୟ ର ଅଧ୍ୟାପକ, କର୍ମଚାରୀ, ସ୍ଵାଧିନତା ସଂଗ୍ରାମୀ ଦାୟଦ ସଂଘ, ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ର ସଦସ୍ୟଗଣ, ଜାଗ୍ରତ ଯୁବଶକ୍ତି ଏବଂ ଜାଗ୍ରତ ଛାତ୍ରଶକ୍ତି ସଂଗଠନ ର ସଦସ୍ୟ ମାନଙ୍କ ଗୌରବମୟ ଉପସ୍ଥିତି ରେ ସ୍ୱାମୀଜୀ ଙ୍କ ଭବ୍ୟ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ସ୍ୱାମୀଜୀ ଙ୍କ ବିଚାରଧାରା, ଦର୍ଶନ ଉପରେ ଆଲୋକପାତ କରାଯାଇଥିଲା । ସ୍ୱାମୀଜୀ ଙ୍କ ମର୍ମସ୍ପର୍ଶୀ ବାଣୀ ” ଉଠ , ଜାଗ୍ରତ  ହୁଅ ଏବଂ ଲକ୍ଷ୍ୟ ପ୍ରାପ୍ତି ନ ହେବା ଯାଏଁ ବିଶ୍ରାମ ନିଅ ନାହିଁ ” । ସ୍ଵାମୀ ବିବେକାନନ୍ଦ ଙ୍କ ନୀତି,ବିଚାର କୁ ନେଇ ଗଢ଼ା ଆମ ସଂଗଠନ “ଜାଗ୍ରତ ଯୁବଶକ୍ତି” ଏବଂ “ଜାଗ୍ରତ ଛାତ୍ରଶକ୍ତି” ।

Leave a Reply

Your email address will not be published. Required fields are marked *