ରାଜ୍ୟ

ପାରିବାରିକ କଳହକୁ ନେଇ ସ୍ତ୍ରୀର ଆତ୍ମହତ୍ୟା l

Spread It

ଅସ୍ତରଙ୍ଗ, (ଏ.ପି ନ୍ୟୁଜ, ଦୁଶାସନ ନାୟକ) ସ୍ୱାମୀ, ସ୍ତ୍ରୀ ଭିତରେ ପାରିବାରିକ କଳହ ଓ ବାକ ବିତଣ୍ଡା କୁ ନେଇ ଅସ୍ତରଙ୍ଗ ବଜ଼ାର ରେ ଜଳଖିଆ ଦୋକାନ କରି ଚଳୁଥିବା ଜଣେ ମହିଳା, ଘରେ ଲାଗିଥିବା ଏକ ପଙ୍ଖା ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ଘଟଣା ରୁ ପ୍ରକାଶ , ପୁରି ଜିଲ୍ଲା ଗୋପ ବ୍ଲକ ଅଧୀନ ମୁରୁଡ଼ା ଗ୍ରାମର ରବୀନ୍ଦ୍ର ସାହୁ ଙ୍କ ପୁତ୍ର ଚିରଞ୍ଜିବି ସାହୁ (୩୨)ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳ ରେ ବିଭା ହୋଇଥିବା ଝିଲି ସାହୁ ଙ୍କ ସମେତ ତାଙ୍କର ଗୋଟେ ୧୦ବର୍ଷ ର ଝିଅ ଓ ୬ବର୍ଷ ର ଏକ ପୁଅକୁ ଧରି ଏକ ଜଳଖିଆ ଦୋକାନ କରି ଚଳୁ ଥିଲେ l ହେଲେ ବୁଧବାର ଦିନ ସନ୍ଧ୍ୟା ସମୟ ରେ ପତି, ପତ୍ନୀ ଙ୍କ ଭିତରେ ପାଟିତୁଣ୍ଡ ହେବାରୁ ଚିରଞ୍ଜିବି ପତ୍ନୀ ଝିଲିର ବେକକୁ ଧରି ଧକା ମାରି ଘରେ ପୁରାଇ ଦେଇଥିଲା l ଘରେ ଝିଲି ପସିଯିବା ପରେ ଘର ଭିତର କବାଟ ବନ୍ଦ କରି ସିଲିଂ ପଂଖା ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। l ବାହାରେ ପିଲା ଓ ତାର ସ୍ୱାମୀ କବାଟ ବାରମ୍ବାର ଵାଡୋଇବା ପରେ ନ ଖୋଲିବାରୁ ଘର ମାଲିକ କୁ ଖବର ଦେଇଥିଲେ l ଘର ମାଲିକ ପହଞ୍ଚି ପୋଲିସ କୁ ଖବର ଦେବା ପରେ ପୋଲିସ ପହଞ୍ଚି ଉପର ଆଜବେଷ୍ଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିବାପରେ ଝିଲ୍ଲୀ ସାହୁ ସିଲିଂପଙ୍ଖାରେ  ଓହଲିଥିଲେ ସେତେବେଳକୁ ମହିଳାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା l ସ୍ୱାମୀ ଚିରଞ୍ଜବି କୁ ପୋଲିସ ଥାନାକୁ ନେଇ ଅଟକ ରଖିବା ସହ ଝିଲି ସାହୁ ର ପରିବାର ଙ୍କୁ ଖବର ଦେଇଥିଲେ l ଗୁରୁବାର ଦିନ ପୁରୀ ରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଥିବା ବେଳେ, ମୃତ କ ପରିବାର ମଧ୍ୟ ଆସି ମୃତ ଶରୀର ନିକ କଟରେ ପହଞ୍ଚିବା ପରେ, ମୃତକ କୁ ବ୍ୟବଚ୍ଛଦ ନିମନ୍ତେ ଚାରିଛକ ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର କୁ ପଠାଇ ଅସ୍ତରଙ୍ଗ ପୋଲିସ କେସ ନମ୍ବର ୨୩୯ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛ l

Leave a Reply

Your email address will not be published. Required fields are marked *