ଦେଖିବାକୁ ମିଳୁନି ତାଳପତ୍ର ପଖିଆ। । ଜୀବିକା ହରାଇଛନ୍ତି ପଖିଆ କାରିଗର ।
ଦେଖିବାକୁ ମିଳୁନି ତାଳପତ୍ର ପଖିଆ। । ଜୀବିକା ହରାଇଛନ୍ତି ପଖିଆ କାରିଗର ।
ଚାରିଛକ,( ଏ ପି ନ୍ୟୁଜ) ବର୍ଷା ଋତୁ ରେ ଗ୍ରାମାଞ୍ଚଳରେ ବର୍ଷା ରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଘରେ ଘରେ ଦେଖିବାକୁ ମିଳୁଥିଲା ତାଳପତ୍ର ରେ ତିଆରି ହୋଇଥିବା ପଖିଆ । ଯାହା ଫଳରେ ବର୍ଷା ହେଲେ ଚାଷୀ ଚାଷ କାମରେ ବର୍ଷା ସମୟରେ ବ୍ୟବହାର କରୁଥିଲା । ଆଜିକାଲି ଚାଷୀ ଠାରୁ ମୂଲିଆ ପର୍ଯ୍ୟନ୍ତ କାମ କରିବା ଯିବା ସମୟରେ ପଖିଆ ପରିବର୍ତ୍ତେ ଛତା ବା ରେନିକୋଟ ନେଇ ଯାଉଥିବାର ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳରେ ପଖିଆ ର ଚାହିଦା କମିଯାଇଛି । ଯାହା ଫଳରେ ପଖିଆ କାରିଗର ର ପଖିଆ ବିକ୍ରି ର ଚାହିଦା ଧୀରେ ଧୀରେ କମି ଯିବାରୁ ଏବେ ଜୀବିକା ହରାଇଛନ୍ତି ପଖିଆ କାରିଗର । ଦିନ ଥିଲା ପଖିଆ ଥିଲା ଓଡ଼ିଆ ଚାଷୀ ର ସାଥି।ଏବେ ଏହା କାଁ ଭାଁ ବିଭିନ୍ନ ସଂଗ୍ରାହଳୟରେ ଦେଖିବାକୁ ମିଳୁଛି। ଏବେ ବଦଳି ଯାଇଛି ସମୟ। ବର୍ତ୍ତମାନ ସମୟରେ ପଖିଆ ର ଜାଗା ନେଇଛି ଛତା ଆଉ ରେନ କୋଟ। ପୂର୍ବକାଳରେ ଚାରିଛକ ଅଞ୍ଚଳ ର ଲୋକମାନେ ବର୍ଷା ଋତୁ ରେ ବଜାର, ହାଟ, ଚାଷକାମ ପାଇଁ ବିଭିନ୍ନ ହାଟ ବଜାର ରୁ ପଖିଆ କିଣି ବ୍ୟବହାର କରୁଥିଲେ । ତାଳପତ୍ର ରେ ପଖିଆ ନିର୍ମାଣ କରି ଓ ବିକ୍ରୀ କରି କିଛି ପରିବାର ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। କିନ୍ତୁ ଛତା ଓ ରେନକୋଟ ର ଚାହିଦା ଓ ବିକ୍ରୀ ବୃଦ୍ଧି ଯୋଗୁଁ ପଖିଆ କୁ କେହି ଆଉ ବ୍ୟବହାର କରିବାକୁ ଚାହୁଁ ନାହାନ୍ତି।ଏଣୁ ଏହାର ନିର୍ମାଣ ଓ ବିକ୍ରୀ କମିବାରେ ଲାଗିଛି। ଏହାକୁ ନିର୍ମାଣ ଓ ବିକ୍ରୀ କରି ପ୍ରତିପୋଷଣ ହୋଇ ପାରୁଥିବା ପରିବାର ଆଜି ଦୁର୍ଦ୍ଦିନ ରେ କାଳ କାଟୁଛନ୍ତି।ଯଦି ସରକାର ଙ୍କ ପକ୍ଷରୁ ପଖିଆ କାରିଗର ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଆନ୍ତା ତେବେ ଓଡ଼ିଆ ଚାଷୀ ର ବର୍ଷା ଋତୁ ର ସାଥି ପଖିଆ କୁ ଲୋକ ମାନେ ଆଦର କରି ପାରନ୍ତେ ଆଉ ଏହାର କାରିଗର ଜୀବିକା ଫେରି ପାଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
