ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ନିମାପଡ଼ା,୪/୨(ଇମିସ) ସରକାରୀ ପ୍ରାକ୍ଟିସିଂ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ମିଶ୍ରଙ୍କୁ ଆଜି ବିଦ୍ୟାଳୟ ପରିସରରେ ଆଜି ଅବସରକାଳୀନ ବିଦଶୟ ସମ୍ବର୍ଦ୍ଧନା ପରିଚାନା କମିଟି , ଛାତ୍ରଶି୪କମାନଙ୍କ ପକ୍ଷରୁ ଦିଆଯାଇଛି।। ଆଲମୁନି ଆସୋସିଏସନର ସଭାପତି ନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ମୁଖ୍ୟ ଅତିଥିଭାବେ ଶିକ୍ଷା ମଣ୍ଡଳାଧୀଶ କେଳାସ ଚନ୍ଦ୍ର ପାଢୀ, ସମ୍ମାନ୍ନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ, ସିଆରସିସି ଲକ୍ଷ୍ମୀଧର ଭୋଇ, ଓପିଟିଏ ର ଉପ ସଭାପତି ମହେନ୍ଦ୍ର କୁମାର ମିଶ୍ର, ପିଷ୍ଟା ବ୍ଲକସଭାପତି ଚିତ୍ତରଞନ ଲେଙ୍କା , ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସୁଦର୍ଶନ ଭୋଇ, ଓ ଅଭୟ କୁମାର ବେହେରା, ବିଧ୍ୟାଳୟ ପରିଚାଳନା କମିଟି ସଭାପତି ଶୁଭଶ୍ରୀ ବରାଳ, ଅବଶିକ୍ଷାବିତ ସିମାନ୍ତ ଶେଖର ରଥ , ସଭାପତି ବନମାଳି ବ୍ରହ୍ମଚାରୀ ମେମୋରିଆଲ ଟ୍ରଷ୍ଟ ମାଧବ ଚନ୍ଦ୍ର ବିଶ୍ବାଳ, ଆଇ.ଜି ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷା ସ୍ବର୍ଣ୍ଣଲତା ସେନାପତି ଏବଂ ଏକ୍ସକ୍ୟାଡ଼ର ଶିକ୍ଷକ ସଂଗଠନର ମହାସଚିବ ତ୍ରିଲୋଚନ କର ପ୍ରମୁଖ ଯୋଗଦେଇ ଅବସର ନେଉଥିବା ପ୍ରଧାନ ଶିକ୍ଷକ ନିର୍ମଳ ମିଶ୍ର ଜଣେ ଶିକ୍ଷାଦାନ କରିବାସହ ଏକାଧାରରେ , ସ୍ବେଛାସେବୀ , କ୍ରିଡ଼ାବିତ ଓ କ୍ରିଡ଼ା ସଙ୍ଗଠକ , କ୍ରିକେଟ ଓ ଫୁଟବଲର ଖେଳର ଅମ୍ପାୟାରଭାବେ ନିମାପଡ଼ା ଉପଖଣ୍ଡ ଅଞ୍ଚଳରେ କ୍ରିଡ଼ାମହଳରେ ନିର୍ମଳ ଭାଇନା ରୂପେ ପରିଚିତ ଅଟନ୍ତି ବୋଲି ଅତିଥି ଏବଂ ସହକର୍ମୀ ଓ ଛାତ୍ରମାନେ ବିଦାୟ କାଳୀନ ସଭାରେ ଭାବ ବିହ୍ବଳ ହୋଇଥିଲେ । ସ୍ବାଗତ ଭାଷଣ ଦେବାସହ ଅତିଥିପରିଚୟ ଶିକ୍ଷୟିତ୍ରୀ କ୍ଷଣପ୍ରଭା ପାତ୍ର କରିଥିଲେ। ପରେ ସହକର୍ମୀ ଶିକ୍ଷକ ଶିକ୍ଷୟୀତ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳରୁ ଏକ ଶୋଭାଯାତ୍ରାରେ ଶିକ୍ଷକ ନିର୍ମଳ ମିଶ୍ରଙ୍କୁ ତାଙ୍କ ଅଣ୍ଢିଆ ଶାସନ ସ୍ଥିତ ବାସଭବନକୁ ନିଆଯାଇ ବିଦାୟ ଦିଆଯାଇଥିଲା।
