ରାଜ୍ୟ

ମନ୍ଦିର ଲୁଟେରା ଗ୍ୟାଙ୍ଗ ର ୩ ଗିରଫ। ସୁନା ଓ ରୂପା ଅଳଂକାର ସହିତ ବନ୍ଧୁକ ଜବତ।

Spread It

ଚାରିଛକ,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା ର ଚାରିଛକ, ଗୋପ , କାକଟପୁର ,ଅସ୍ତରଙ୍ଗ, କୋଣାର୍କ ଓ ରାମଚଣ୍ଡୀ ଥାନା ଅଞ୍ଚଳ ର ବିଭିନ୍ନ ମଠ, ମନ୍ଦିର ମାନଙ୍କ ରୁ ଲୁଟ କରୁଥିବା ଏକ ଲୁଟେରା ଗ୍ୟାଙ୍ଗ ର ୩ ଜଣ ଙ୍କୁ ଚାରିଛକ ଥାନା ପୋଲିସ ଗିରଫ କରିଥିବା ନିମାପଡ଼ା ଏସ ଡି ପି ଓ ଜନାର୍ଦ୍ଦନ ପାଢ଼ୀ ଆଜି ଚାରିଛକ ଥାନା ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଗତ ମାସ ୨୯ ତାରିଖ ରେ ଚାରିଛକ ଥାନା ଠାରୁ ମାତ୍ର ଅଳ୍ପ ଦୂର ରେ ଥିବା ବ୍ରହ୍ମେଶ୍ୱର ଶମ୍ଭୁ ମନ୍ଦିର ରୁ ସୁନା ଓ ରୂପା ଅଳଙ୍କାର ଲୁଟ ହୋଇଯାଇଥିବା ବ୍ରହ୍ମକୁଣ୍ଡି ଗ୍ରାମ ର ଚକ୍ରଧର ସା ପୋଲିସ ରେ ଅଭିଯୋଗ କରିଥିଲେ। ଚାରିଛକ ଥାନା ପୋଲିସ କୁ ଏହା ଏକ ଚ୍ୟାଲେଞ୍ଜ ହୋଇଥିଲା। ଲୁଟେରା ଗ୍ୟାଙ୍ଗ କୁ ଠାବ କରିବାକୁ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଙ୍କ ନେତୃତ୍ବ ରେ ଏକ ଟିମ ସ୍ଵତନ୍ତ୍ର ଟିମ ଗଠନ ହୋଇ ଘଟଣା ର ତଦନ୍ତ କରା ଯାଇଥିଲା। ଏହି ଘଟଣା ରେ ସଂପୃକ୍ତ ନୟାଗଡ଼ ଫତେଗଡ ଥାନା ଅନ୍ତର୍ଗତ କଳାଟାଙ୍ଗି ଗ୍ରାମ ର ସଞ୍ଜୁ ଓରଫ ସଞ୍ଜୟ ପାତ୍ର (୨୭),ଜଗତସିଂହପୁର ଏରସମା ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗ୍ରାମ ର ପିଙ୍କୁନ ଓରଫ ସତ୍ୟ ପ୍ରକାଶ ସ୍ୱାଇଁ (୨୩),ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମଞ୍ଚେଶ୍ୱର ର ଅମିତ ଓରଫ ଗୋବିନ୍ଦ କୁମାର ଉପାଧ୍ୟାୟ (୨୬) ଙ୍କୁ ପୋଲିସ ଗିରଫ କରିଥିଲା।ସେମାନଙ୍କ ଠାରୁ ଏକ ବନ୍ଧୁକ, ନଗଦ ୬୫୦ ଟଙ୍କା ସହିତ ବିଭିନ୍ନ ମନ୍ଦିର ରୁ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କା ମୂଲ୍ୟ ର ସୁନା ଓ ରୂପା ଅଳଙ୍କାର ଜବତ କରା ଯାଇଛି ବୋଲି ଏସ ଡି ପି ଓ ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ। ଆସନ୍ତା କାଲି ୪ ଲୁଟେରା ଙ୍କୁ ନିମାପଡ଼ା କୋର୍ଟ କୁ ଚାଲାଣ କରାଯିବ। ଏ ସଂକ୍ରାନ୍ତ ରେ ଚାରିଛକ ଥାନାରେ ସେମାନଙ୍କ ବିରୋଧରେ ବି ଏନ ଏସ ର ଦଫା ୩୩୧(୪), ୩୦୫(ଏ) ରେ ଏକ ମାମଲା ରୁଜୁ କରାଯାଇଥିବା ଜଣା ପଡ଼ିଛି। ଚାରିଛକ ଥାନା କେସ ନଂ ୧୦୫/୨୫

Leave a Reply

Your email address will not be published. Required fields are marked *