ତୋରିଅବନ୍ଧ ହତ୍ୟାଘଟଣାରେ ପୋଲିସ କଲା ପର୍ଦାଫାସ
ବଳଙ୍ଗା 04/12 (ଏପି ନ୍ୟୁଜ) – ଆଜି ବଳଙ୍ଗା ଥାନାରେ ପିପିଲି ଏସ୍ ଡ଼ି ପିଓ ଦେବାସିଷ ମିଶ୍ର ସାମ୍ବାଦିକ ସମ୍ମୀଳନୀରେ ପ୍ରକାଶ କରିଛନ୍ତି କି ଗତ 2 ତାରିଖ ଦିନ ତୋରିଅବନ୍ଧ ଗ୍ରାମରେ ଘଟିଥିବା ହତ୍ୟା କାଣ୍ଡରେ ଅଶ୍ବିନୀ କୁମାର ପ୍ରଧାନ (24 ବର୍ଷ) ଏବଂ ପ୍ରଭାତୀ ପ୍ରଧାନ (45 ବର୍ଷ) ସଞ୍ଜୟ ବିଦିକା (କୋରାପୁଟର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପଦଗଡ଼ା) , ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରୀୟା ପ୍ରଧାନ (29 ବର୍ଷ) ଏହି ଘଟଣାରେ ଗିରଫ ହୋଇଛନ୍ତି ବଳଙ୍ଗା ଥାନା କେସ ନଂ- 270 ରେ ମାମଲା ରୁଜୁ କରିଛି, ସୁଚନା ଯୋଗ୍ୟ ଏହି ଘଟଣାରେ ମୃତ ଅମୟପ୍ରଧାନଙ୍କ ସ୍ତ୍ରୀ କୌଶଲ୍ୟା ସ୍ବାଇଁ (49 ବର୍ଷ) ଅଭିଯୋଗ କ୍ରମେ ଏହି ମାମଲା ରୁଜୁ ହୋଇଛି ଏହି ସାମ୍ବାଦିକ ସମ୍ମିଳନୀରେ ବଳଙ୍ଗା ଥାନା ଅଧିକାରୀ ଉପସ୍ଥିତ ଥିଲେ
