ପାଟପୁର ସୋସାଇଟର ପ୍ରଶିକ୍ଷଣ ଶିବିର
ନିମାପଡ଼ା,(ଏ.ପି ନ୍ୟୁଜ) ୨୦୨୫-୨୬ ବର୍ଷ ପାଇଁ ପଜିଂକୃତ ଚାଷୀମାନଙ୍କର ଏକ ପ୍ରଶିକ୍ଷଣ ଶିବିର କପିଳେଶ୍ବର ସମବାୟ ସମିତି ପାଟପୁର ପକ୍ଷରୁ ଆରସିଏମଏସ ପରିସରରେ ଆଜି ପୁର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସମବାୟ ସମିତି ମାଧ୍ୟମରେ ମଣ୍ଡିରେ କେଉଁ ମାନର ଧାନ ଚାଷୀ ବିକ୍ରି କରିବେ ଯୋଗାଣ ଅଧିକାରୀ ସୁବ୍ରତ କୁମାର ଚୈାଧୁରୀ ଚାଷୀମାନଙ୍କୁ ସୁଚନା ଦେଇଥିଲେ।ଏଫ ଏ କ୍ୟୁମାନର ଧାନ ବିଷୟରେ କହିଛନ୍ତି । ମଣ୍ଡିକୁ ସଫାସୁତୁରା , ଶୁଖିଲା ଏବଂ ଏକ ବର୍ଣ୍ଣର ଥିବାଧାନଗୁଡ଼ିକ କ୍ରୟ କରାଯିବ। ଚଳିତ ବର୍ଷ ଝୋଟ ଅଖାରେ ଆଣିଥିବା ଧାନ କ୍ରୟ କରାଯିବ। ମଣ୍ଡି ପାର୍ଇ ଚୟନ ହୋଇଥିବା ମିଲର ଚାଷୀମାନଙ୍କୁ ଝୋଟ ଅଖା ଯୋଗାଇଦେବେ ଏବଂ ଏହାର ଦାମ ଗୋଟାପ୍ରତି ମୂଲ୍ୟ ୨୫ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି। ଚାଷୀମାନେ ଅଖାର ମୂଲ୍ୟ ପଠଇକରିବେ ଏବଂ କଟନି ଛଟନି ରହିବ ନାହିଁ। ଚଳିତ ମାସ ୧୫ତାରିଖରୁ ମଣ୍ଡି ଖୋଲିବ। ପ୍ରଶିକ୍ଷଣ ଶିବିରକୁ ମୁଖ୍ୟଅତିଥିଭାବେ ଅତିରିକ୍ତ ତହସିଲଦାର ନିରଞନ ନାୟକ ଯୋଗଦେଇ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ଯୋଗାଣ ନିରିକ୍ଷକ ଶ୍ରୀଯୁକ୍ତ ଚୈାଧୁରୀ, ସମ୍ମାନ୍ନିତ ଅତିଥିଭାବେ ଆରଏମସି ସଂପାଦକତଥା ଏରିଆ ଅଫିସର ସୁଶାନ୍ତ ରାଉତ, ପରିଚାଳନା କମିଟି ସଭ୍ୟ ବଜେନ୍ଦ୍ର କୁମାର ପ୍ରଧାନ, ପାଟପୁର ରାଜସ୍ବ ନିରିକ୍ଷକ ନିର୍ଝରଣୀ ଭୋଇ, ଏସ.ଆର ଏ ଦିପ୍ତିରଞନ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। କପିଳେଶ୍ବର ସୋସାଇଟ ସଭାପତି ପଦ୍ମଲୋଚନ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂପାଦକ ତେଜସ୍ବନୀ ଦାସ ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ। ପୂର୍ବତନ ସମବାୟ ଅଧିକାରୀ ଦିବାକର ନାୟକ , କୈଳାସ ଛାଟୋଇ, ସର୍ବେଶ୍ବର ଖଟେଇ, ବିଜୟ କୁମାର ଜେନା, ମାନସ କୁମାର ନାୟକ, ପ୍ରମୋଦ କୁମାର ମିଶ୍ର, ବସନ୍ତ କୁମାର ମିଶ୍ର ,ପୂର୍ଣ୍ଣ ଚନ୍ଦ୍ର ଜେନା, ପ୍ରଦିପ୍ତ କୁମାର ମହାନ୍ତି , ବଶୀଂଧର ସାହୁ ବିଜୟ ,କୁମାର ମିଶ୍ର ଏବଂ ରାଜକିଶୋର ମହାନ୍ତି ପ୍ରମୁଖ ଚାଷୀମାନେ ଶିବିରରେ ଯୋଗଦେଇ ଥିଲେ। ମଣ୍ଡି ଖୋଲିବା ପୂର୍ବରୁ ଏଭଳି ପ୍ରଶିକ୍ଷଣ ଶିବିର ଆୟୋଜନ କପିଳଶ୍ବର ସମବାୟ ସମତି ପ୍ରଶିକ୍ଷଣ ଓ ସଚେତନତା କରିଥିବାରୁ ସମବାୟ ସମିତି ସଭାପତି ଧନ୍ୟବାଦର ପାତ୍ର ବୋଲିଯୋଗଦେଇଥିବା ଅତିଥି ଏବଂ ଚାଷୀମାନେ ମତ ପ୍ରକାଶ କରିଛନ୍ତି
