ରାଜନୀତିରାଜ୍ୟ

ତ୍ରିରଙ୍ଗା ଯାତ୍ରା ନାମରେ ଶସ୍ତାରାଜନୀତି

Spread It

ତ୍ରିରଙ୍ଗା ଯାତ୍ରା ନାମରେ ଶସ୍ତାରାଜନୀତି

ନିମାପଡ଼ା, (ଏପିନ୍ୟୁଜ) ତ୍ରିରଙ୍ଗା ଯାତ୍ରା ନାମରେ ନିମାପଡ଼ାରେ ଶସ୍ତା ରାଜନୀତିକୁ ବୁଦ୍ଧିଜୀବି ମହଲରେ ନାପସନ୍ଦ କରାଯାଇଛି । କ୍ଷମତାରୁ ଯିବାପରେ ଆତ୍ମଗର୍ବୀ ନେତା ଜଣକ ଚର୍ଚ୍ଚାରେ ରହିବା ବିଜେପି ଦଳରେ ରହି ଦଳର ଶୃଙ୍ଖଳା ଭିତରେ ନରହି, ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଉଥିବା ନେତା ନିଜେ ନିମାପଡ଼ାର ଅସଲ ନେତା ଦେଖାଇବା ପାଇଁ ପୁଣି ଏକ ତ୍ରିରଙ୍ଗା ଯାତ୍ରା ଏକ ସଂଗଠନ ମାଧ୍ୟମରେ ଆୟୋଜନ କରିବାକୁ ଯାଉଛନ୍ତି । ବିଜେପି ଦଳର ମୁଖ ପାତ୍ର ଥିବାବେଳେ ତ୍ରିରଙ୍ଗା ଯାତ୍ରା ସମ୍ପର୍କରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଦଳର କୌଣସି ସ୍ଥାନୀୟ ନେତା ଓ ବିଧାୟକ ଉପସ୍ଥିତ ନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । କ୍ଷମତା ପ୍ରୟୋଗ କରି କଳେ ବଳେ କୌଶଳ କରି ସଂଗଠନ ସଭାପତି ଆସନ ଅକ୍ତିଆର କରି ନିମାପଡାର ପ୍ରମୁଖ ସ୍ଥାନରେ ଥିବା ବହୁମୂଲ୍ୟ ସମ୍ପତିକୁ ହାତେଇବା ପାଇଁ ଉଦ୍ୟମକୁ ନିମାପଡାର ଓକିଲ ଛାତ୍ର ଓ ଯୁବ ସଂଗଠନର ପ୍ରମୁଖମାନେ ନାପସନ୍ଦ କରିଛନ୍ତି । ଏହି ନେତାଙ୍କ ବସାଙ୍କୁ ଭାଙ୍ଗିବା ପାଇଁ ସରକାରୀ ଦଳ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି । ଯଥା ବାରବାଟୀ ପଡିଆକୁ ହାଇସ୍କୁଲକୁ ହସ୍ତାନ୍ତର କରିବା ପାଇଁ ଉଦ୍ୟମ କରାଯାଇଛି, ବ୍ଲକ ଅଧ୍ୟକ୍ଷଙ୍କ କ୍ୱାଟର ମଧ୍ୟରେ ଥିବା ମିଶନ ଶକ୍ତିଗୃହକୁ ଅପବ୍ୟବହାର କରାଯାଉଥବାରୁ ମିଶନଶକ୍ତି ଟ୍ରେନିଂ ସେଂଟର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *