ରାଜନୀତିରାଜ୍ୟ

ତ୍ରିରଙ୍ଗା ଯାତ୍ରାକୁ ନେଇ ବିଜେପିରେ ଟଣା ଓଣାଓଟରା

Spread It

 

ନିମାପଡ଼ା, ୧୬/୫(ଏପିନ୍ୟୁଜ) ସାରା ଦେଶରେ ଅପରେଶନ ସିନ୍ଦୁର ସଫଳତା ପାଇଁ ସେନା ବାହିନୀ ଜବାନଙ୍କ ଅସୀମ ଧର୍ଯ୍ୟ, ସାହାସ ଓ ବୀରତ୍ବର ସମ୍ମାନାର୍ଥେ ଏବଂ ସେନାବାହିନୀ ଜବାନଙ୍କୁ କୃତଜ୍ଞତା ଜଣାଇବାପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ନିମାପଡ଼ାରେ ତ୍ରିରଙ୍ଗା ଯାତ୍ରାକୁ ନେଇ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ବିଜେପି ଦଳର ଏନ.ଏସି ଏମ.ପି ପ୍ରତିନିଧି ମୀନଲତା ମହାନ୍ତି ସ୍ବାକ୍ଷରେ  ବଣ୍ଟାଯାଇଥିବା ପତ୍ରରେ ଆସନ୍ତା ୧୭ ତାରିଖ ହାଟବଜାର ଠାରେ ଥିବା ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ଠାରୁ ଦିଘାଳୋ ଠାରେ ଥିବା ନୀଳକଣ୍ଠେଶ୍ବର ମହାଦେବ ମନ୍ଦିର ୫କିମି ପର୍ଯ୍ୟନ୍ତ ବିରାଟ ତ୍ରିରଙ୍ଗା ଯାତ୍ରା ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ । ଏହି ଯାତ୍ରାରେ ସାମାଜିକ ଅନୁଷ୍ଠାନ, ରାଜନୈତିକ ବ୍ୟକ୍ତି କୃଷକ, ଯୁବକ ଓ ବ୍ୟବସାୟୀ ମହିଳା ସାମ୍ବାଦିକମାନେ ବହୁ ସଂଖ୍ୟାରେ ଯୋଗଦେବାପାଇଁ ନିବେଦନ କରିଛନ୍ତି । ସେହିଭଳି ବିଜେପି ଦଳର ପ୍ରବକ୍ତା ସମୀର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଆସନ୍ତା ୧୮ ତାରିଖରେ ଅପରାହ୍ନରେ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ । ସେ ଏହି ତ୍ରିରଙ୍ଗାଯାତ୍ରା ଶହୀଦ ସ୍ମୃତି ସଂସଦ ଆନୁକୂଳ୍ୟରେ କରାଯାଉଛି । ଏହି ଯାତ୍ରା ନୁଆ ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ଶହୀଦ ସ୍ମୃତି ସଂସଦ ଠାରେ ‌ଶେଷହେବ । ଯାତ୍ରା ଶେଷ ହେବାପରେ ସହୀଦଙ୍କ ଦାୟଦମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି ।  ତ୍ରିରଙ୍ଗାଯାତ୍ରା ଆଳରେ ସମୀର ଦାଶ ଗୋଷ୍ଠୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଷ୍ଠୀ ମଧ୍ୟରେ ଛକା ପଞ୍ଚା ଲାଗିରହିଛି। କେଉଁ ଗୋଷ୍ଠୀରେ କେତେ ବେଶି ଲୋକସମାଗମହେବ ସେଇ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୀତି ବୟାନ ବାଜି ଚାଲିବାସହ ରୋଚକ ପରିସ୍ଥିତି ଆଣିଛି। ସ୍ବାଧୀନତା ସଂଗ୍ରାମୀମାନଙ୍କ ଦେଶ ପାଇଁ ବଳିଦାନ ଅତୁଳନୀୟ ସେମାନଙ୍କୁ  ନେଇ  ରାଜନୀତି କରିବା ଘଟଣାକୁ ନିମାପଡ଼ାର  ବୁଦ୍ଧିଜୀବିମାନେ ନାପସନ୍ଦ କରିଛନ୍ତି। ବିଜେଡ଼ି କଂଗ୍ରେସ ଦଳ ,ଗୋଷ୍ଠୀ କନ୍ଦଳ ଗୋଳିଆପାଣିରୁ ଫାଇଦା ଉଠାଇବାକୁ ଲାଗିପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *