ପାକିସ୍ଥାନ ମୁର୍ଦାବାଦ ଧ୍ବନିରେ କମ୍ପିଲା ନିମାପଡ଼ା ବଜାର
ନିମାପଡ଼ା, ୧୮/୫(ଏପିନ୍ୟୁଜ) ବିଜେପି ପ୍ରବକ୍ତା ସମୀର ରଞ୍ଜନ ଦାଶଙ୍କ ନେତୃତ୍ବରେ ବିଜେପିର ଗୋଟିଏ ଗୋଷ୍ଠୀ ପକ୍ଷରୁ ନିମାପଡ଼ା ବଜାରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ତ୍ରିରଙ୍ଗାଯାତ୍ରା ନୂଆବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ଶହୀଦଭବନ ନିକଟରେ ଶେଷ ହୋଇଥିଲା। ଭାରତର ଜାତୀୟ ପତକା ଧରିଥିବା ଶତାଧିକ ମହିଳା ଯୁବକଛାତ୍ର ପଦଯାତ୍ରାରେ ଭାରତମାତା କି ଜୟ, ପାକିସ୍ଥାନ ମୁର୍ଦାବାଦ ଧ୍ବନି ଦେଇ ଥିଲେ ଏହି ଧ୍ବନିରେ ନିମାପଡ଼ା ବଜାର ପ୍ରକମ୍ପିତ ହୋଇପଡ଼ିଥିଲ। ସେନାର ସଫଳତା ପାଇଁ ବାଣ ଫୁଟାଇ ଡ଼ିଜେ ବଜାଇ ପଦଯାତ୍ରୀମାନେ ଚାଲିଥିଲେ। ଆଜି ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରା ପଦଯାତ୍ରା ଅପରେସନ ସିନ୍ଦୁରର ସଫଳତାପାଇଁ ବାୟୁସେନାର ଯବାନଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ନଥିଲା ନିଜ ଗୋଷ୍ଠୀର ଲୋକବଳ ଦେଖାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ପୁର୍ବତନ ସରପଞ୍ଚ ଆର୍ତ୍ତ ମହାନ୍ତି କହିଛନ୍ତି। ଗତ ୧୭ତାରିଖରେ ସରକାରୀଭାବେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଜେପି ଦଳର ପୁରୀ ଜିଲା ସଭାପତିଙ୍କ ସମେତ ସରକାରୀ କଳର ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି ଅନୁଷ୍ଠିତ ତ୍ରିରଙ୍ଗାଯାତ୍ରା ବିଜେପିଦଳର ପ୍ରବକ୍ତା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ଅନୁଷ୍ଠାନର ସଭାପତି ସମୀର ଦାଶଙ୍କ ନେତୃତ୍ବରେ ସହିଦ ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ପଦଯାତ୍ରୀମାନେ ମୋହନଦାଶ, ଗୋପବନ୍ଧୁ, ବିଜୁ ପଟ୍ଟନାୟକ ଏବଂ ମହତ୍ମାଗାନ୍ଧୀଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏକ ସଭା ଅନୁଷ୍ଠିତ ହୋଇ ସଂପାଦକ ବେଣୁଧର ସେନାପତି, ଜିଲାପରିଷଦ ସଭ୍ୟ ପ୍ରଦିପ୍ତ ଖଟୋଇ, କମ୍ୟୁନିଷ୍ଟ ଦଳର ଦେବ ସାହୁ ଓ କଂଗ୍ରେସ ଦଳର ନବ ମଲ୍ଲିକ ଇତ୍ୟାଦି ପ୍ରମୁଖ ଯୋଗଦେଇଥିଲେ।