ଟୁବୁଲି ମେମୋରିଆଲ ବାରବାଟୀକପ କୟିକେଟ । ନିମପୁର କଟକ ଫାଇନାଲରେ
ନିମାପଡ଼ା, (ଏ.ପି ନ୍ୟିୁଜ) ବାରବାଟୀ ପଡ଼ିଆରେ ଚାଳିଥଇବା ୫ମ ଟୁବୁଳି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫାଇନାଲ ଖେଳ ୟୁନିଅନ ସ୍ପୋଟିଂ ଏବଂ ନିମପୁର କଟକ ମଧ୍ୟରେ ଖେଳାଯାଇଥିଲା। ଦୁଇ କଟକ ଦଳମଧ୍ୟରେ ବେଶ ପ୍ରତିଦ୍ବନ୍ଦିତା ମୂଳକ ଖେଳରେ କଟକର ,ନିମପୁର ଦଳ ୟୁନିଅନ ସ୍ପୋଟିଂ କୁ ୬ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ୟୁନିଅନ ସ୍ପୋଟିଂ ପ୍ରଥମେ ବ୍ୟାଟିଂକରି ୧୩୩ରନକରି ସମସ୍ତ ଉଇକେଟ ହରାଇଥିଲେ। ମଧ୍ୟାହ୍ନ ବିରତିପରେ କଟକର ନିମପୁର ଦଳ ୧୩୪ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ ଆରମ୍ଭକରି ୨୮-୩ ଓଭରରେ ୧୩୯ ରନକରି ମ୍ୟାଚରେ ବିଜୟଲାଭ କରିଛି ।ଆଜି ଖେଳର ନିମପୁର କଟକର ବିଶ୍ବଜିତ ମହାପାତ୍ର ଶ୍ରେଷ୍ଠ ଖେଳାଳୀହୋଇ ପୁରଷ୍କୃତ ହୋଇଛନ୍ତି।
