ଟୁବୁଲି ମେମେରିଆଲ ବାରବାଟୀ କପ କ୍ରିକେଟ। ଫାଇନାଲରେ ରାଇଜିଂ ଷ୍ଟାର ,କଟକ
ନିମାପଡ଼ା(ଏ.ପି ନ୍ୟିୁଜ) ବାରବାଟୀ ପଡ଼ିଆରେ ଚାଲିଥିିବା ଟୁବୁଳି ମେମୋରିଆଲ ବାରବାଟୀ କପ କ୍ରିକେଟ ପ୍ରତିଯୋଗିତାରେ ୫ମ ସଂସ୍କରଣର ଆଜି ୨ୟ ସେମି ଫାଇନାଲ ଖେଳ ବାରବାଟୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଖେଳରେ ଜୁଭଭେନାଇଳ କଟକକୁ ୩୧ ଟିମ ରାଇଜିଂ ଷ୍ଟୁଡ଼େଣ୍ଟ ଫାଇନାଳରେ ପ୍ରବେଶ କରିଛି। ଆସନ୍ତା ରବିବାର ଦିନ କଟକର ଦୁଲ ପ୍ରତିଦ୍ବନ୍ଦି କ୍ରିକେଟ କ୍ଲବ ରାଜିଂଷ୍ଟୁନଡ଼େଣ୍ଟ ଓ ନିମପୁର ସ୍ପୋର୍ଟସ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆଜି ସକାଳୁ ଟସରେ ଜିତି ରାଇଜିଂ ଷ୍ଟୁଡ଼େଣ୍ଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ଦଳର ବ୍ୟାଟର ରୋହିତ ସାଗର ୪୩ ରନ ଓ ଅଙ୍କିତ ବେହେରାଙ୍କ ୪୧ରନ ସହୟତାରେ ୨୧୬ ରନ କରିଥିଲା। ଜୁଭେନାଇଲ କଟକ ଦଳର ବୋଲର ସୁମିତ ଶର୍ମା ୩ଟି ଏବଂ ରାକେଶ ପଟ୍ଟନାୟକ ଗୋଟିଏ ଉଇକେଟ ନେଇଥିଳେ। ମଧ୍ୟାହ୍ନ ବିରତି ପରେ ଜୁଭେନାଇଲ ଦଳ ୨୧୭ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭକରି ୧୮୫ରନକରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ। ଦଳର ବ୍ୟାଟର ଆକାଶ ମହାପାତ୍ର ୪୩ ଓ ଅଶଂମାନ ସାହୁ ୪୧କରିନିର୍ଦ୍ଦାରିି ଓଭରରେ ୧୮୬ରନ ସଂଗ୍ରହକରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ। ରାଇଜିଂ ଷ୍ଟୁଡ଼େଣ୍ଟର ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୪ଟି ଏବଂ ଅଙ୍କିତ ବେହେରା ୩ଟି ଉଇକେଟ ନେଇଥିଲେ। ଖେଳରେ ରାଇଜିଂ ଷ୍ଟୁଡ଼େଣ୍ଟ ଦଳର ଅଙ୍କିତ ବେହେରାଙ୍କୁ ଅଫ ଦି ମ୍ୟାଚ ଘୋଷିତ କରାଯାଇ ପୁରଷ୍କୃତ କରାଯାଇଥିଲା। ଅଷ୍ଟିନ ପ୍ଲାଉଡ଼ର ଓଡ଼ିଶା ମୁଖ୍ୟ ବିଜୟ କୁମାର ଦାଶ ଅତିଥିଭାବେ ଯୋଗଦେଇଥିଲେ
