ଟୁବୁଲି ମେମୋରିଆଲ ବାରବାଟୀକପ କ୍ରିକେଟ । ୨୦୨୫ର ବିଜେତା ରାିଇଜିଂ ଷ୍ଟୁଡ଼େଣ୍ଟ
ନିମାପଡ଼ା, (ଏ.ପି ନ୍ୟିୁଜ) ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ କଟକର ରାଇଜିଂ ଷ୍ଟୁଡ଼େଣ୍ଟ ୪୦ରନରେ ନିମପୁର ସ୍ପୋର୍ଟସ କ୍ଲବକୁ ହରାଇ ୨୦୨୫ ବର୍ଷର ବିଜେତା ହୋଇ ବାରବାଟୀ କପ ହାସଲ କରିଛି। ଟସରେ ଜିତି ରାଇଜିଂ ଷ୍ଯୁଡ଼େଣ୍ଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ଦଳର ବ୍ୟାଟର ଅବିନାଶ ନାୟକଙ୍କ ୪୦ରନ ଓ ଅତୁଳଙ୍କ ୩୫ ରନ ସହୟତାରେ ୧୭୦ରନ କରି ୯ ଉଇକେଟ ହରାଇ ଥିଲା(୩୦ଓଭର)। ପ୍ରତିପକ୍ଷ ନିମପୁର ସ୍ପୋର୍ଟସ ଦଳର ବୋଲର ଆଶୁତୋଷ ମହାପାତ୍ର ୩ ଓ ମହମ୍ମଦ ଦାନିଶ ୩ କରି ଉଇକେଟ ନେଇଥିଳେ। ମଧ୍ୟାହ୍ନ ଭୋଜନ ବିରତି ପରେ ବିଜୟ ଲକ୍ଷ୍ୟନେଇ ନିମପୁର ସ୍ପୋଟିଂ ୧୯ ବଲ ବାକିଥାଇ ୧୩୦ ରନକରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ। ନିମପୁର ଦଳର ବ୍ୟାଟର ବିକ୍ରମ ସାମଲ ୩୦ ରନ ଓ ବିଜୟ କୁମାର ମହାନ୍ତି ୨୪ରନ କରିଥିଲେ। ରାଇଜିଂ ଷ୍ଟୁଡ଼େଣ୍ଟ ଦଳର ବୋଳର ସୁର୍ଯ୍ୟକାନ୍ତ ପ୍ରଧାନ ଏବଂ ଦୀପକ ରଞନ ପ୍ରତ୍ୟେକ ୨ଟି କରି ଉଇକେଟ ହାସଲ କରିଥିଲେ। ଉଦଯାପନୀ ଉତ୍ସବରେ ବିଜେପି ମୁଖପାତ୍ର ସମୀର ଦାଶ ଯୋଗଦେଇ ବିଜେତା ଦଳ ରାଇଜିଂ ଷ୍ଟୁନେଣ୍ଟ ଦଳକୁ ବାରବାଟୀ କପ ଏବଂ ସୋମନାଥ ଏଣ୍ଟରପ୍ରାଇଜର୍ସ ପ୍ରଦତ୍ତ ୫୦ ହଜାର ଟଙ୍କା ଏବଂ ନିମପୁର ସ୍ପୋର୍ଟସ କ୍ଲବକୁ ଉପବିଜେତା ଟ୍ରଫି ଏବଂ ଏସ.ପିରାୟ ଫାଉଣ୍ଡେସନ ପ୍ରଦତ୍ତ ନଗଦ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ରାଇଜିଂ ଷ୍ଟୁନେଣ୍ଟ ଦଳର ସୂର୍ଯ୍ୟକାନ୍ତ ପ୍ରଧାନ। ଖେଳ ପରିଚାଳନା କରିଥିଲେ ନିର୍ମଳ ମିଶ୍ର ଓ ଅସିତ ପାଲ। ସମ୍ମାନିତ ଅତିଥିଭାବେ ପୂର୍ବତନ ଅଧ୍ୟକ୍ଷ କ୍ଷୀରୋଦ କୁମାର ରାୟ ମହାପାତ୍ର, ସ୍ପୋଟର୍ସ ଏକାଡ଼େମୀର ସଭାପତି ହିମାଶୁଂ ମହାନ୍ତି ଅତିଥିଭାବେ ଉପସ୍ଥିତ ଥିଲେ।
