ରାଜ୍ୟ

 ଲଘୁ ଖଣି‌ଜ ପଦାର୍ଥ ପରିବହନ ହେଉଥିବା ଅଭିଯୋଗରେ  ଏନ ଫୋର୍ସମେଣ୍ଟ  ଦୁଇ ହାଇୱା ଜବତ

Spread It

 

 ଚାରିଛକ (ଏ.ପି.ନ୍ୟିୁଜ) ନିମାପଡ଼ା  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଏନପୋର୍ସମେଣ୍ଟ) ପକ୍ଷରୁ ଗତ ରାତିରେ ଚାରିଛକ  ବଜାର ବାଟଦେଇ ଯାଉଥିବା ଦୁଇଟି ହାଇୱା ଉପରେ  ଚଢଉ କରାଯାଇ ବେଆଇନ ଭାବେ ଲଘୁ ଖଣିଜାତ ପଦାର୍ଥ  ଯଥା ବାଲି  ବେଆଇନଭାବେ  ପରିବହନ କରୁଥିବା ଦୁଇଟି  ବାଲି ବୋଝେଇ  ହାଇୱାକୁ ଗତ ବିଳମ୍ବିତ ରାତିରେ ଜବତ କରି ଚାରିଛକ ଥାନାକୁ ହସ୍ତାନ୍ତର କରାଯାଇଛି। ଏହି ଚଢଉ ନାମକୁ ମାତ୍ର ବୋଲି ଅଭିଯୋଗ ହୋଇଛି। ନିମାପଡ଼ା ତହସିଲଦାର  ମନୋଜ କୁମାର ପ୍ରଧାନ , ଅତିରିକ୍ତ ତହସିଲଦାର ନିରଞନ ନାୟକ ଚାରିଛକ ଥାନା ଅଧିକାରୀ ଶୋଭରାଜ ପ୍ରିଦର୍ଶନୀ ମହାନ୍ତିଙ୍କ ସହିତ ପୁଲିସ ଫୋର୍ସ ମିଶି  ଚଢଉ କରିଥିଲେ। ଦୁଇ ଜବତ ହାଇୱାର ଚାଳକଙ୍କୁ ଥାନା‌ରେ ଅଟକ ରଖାଯାଇଛି।  କମ ଜୋରିମନା କରି ଖସାଇବୋକୁ ମାଫିଆ ଗୋଷ୍ଠୀ ଚାପ ପକାଉଥିବା ଓ ଉଦ୍ୟମ ଚାଳଇଥିବା ସୁଚନା ପ୍ରକାଶ ପାଇଛି।  ନିମାପଡ଼ାରେ  ଲଘୁ ଖଣିଜ ପଦାର୍ଥ  ପରିବହନ କରୁଥିବା ତିନିଜଣ ମାଫିଆ ସରକାରୀ ବାବୁ  ଓ କିଛି  ସମାଜର ଜାଗ୍ରତ ପ୍ରହରି ବୋଲାଉଥିବା ଯୁବକମାନଙ୍କୁ  ଅର୍ଥ ବାଣ୍ଟି  ଚୋରାରେ ଟ୍ରାକ୍ଟର ଏବଂ ହାଇୱାରେ  ଲଘୁଖଣିଜ ପଦାର୍ଥ ପରିବହନ କରାଯାଉଛି।  ଚୋରା କାରବାରର ରେ ଜଣେ ପୂର୍ବତନ ପଞ୍ଚାୟତର  ଲୋକପ୍ରତିନିଧି ଅନ୍ତର୍ଭୁକ୍ତ ଥିବା ଅଭିଯୋଗ ହୋଇଛି।  ସମସ୍ତ ଦସ୍ତାବିଜ ଓ ବାର୍ତ୍ତାଳାପ ଆଜିପର୍ଯ୍ୟନ୍ତ ହାତରେ ଲାଗିଛି।   ପର୍ଯ୍ୟାୟ କ୍ରମେ ଏହି ଚୋରାକାରବାର ଭିତିର ରହସ୍ୟ ପ୍ରକାଶିତ ହେବ।   

Leave a Reply

Your email address will not be published. Required fields are marked *