ରାଜ୍ୟ

ପ୍ରଭୁ ଦୂର୍ଗାମାଧବ ଙ୍କ ପାଇଁ ଶ୍ରୀକ୍ଷେତ୍ର ରୁ ଆସିଲା ମହାପ୍ରସାଦ ଭାର

Spread It
 
ଚାରିଛକ,( ଏ.ପି. ନ୍ୟିୁଜ, ସନ୍ତୋଷ ଦାଶ)ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଭାବେ ପରିଚିତ ପ୍ରାଚୀ ଉପତ୍ୟକା ର ଶ୍ରୀ ଦୁର୍ଗା ମାଧବଙ୍କର ଆଜି ସ୍ଥାପନା ଦିବସ ।ଏଥିପାଇଁ ଶ୍ରୀ ମାଧବାନନ୍ଦ ଙ୍କ ଭଣଜା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବକ ମାନେ ଶ୍ରୀ କ୍ଷେତ୍ର ରୁ ମହାପ୍ରସାଦ ଭାର ଆଣି ପ୍ରାଚୀ ଉପତ୍ୟକା ର ମାଧବ ମନ୍ଦିର ରେ ପହଞ୍ଚିଥିଲେ।ଶ୍ରୀ ଜଗନ୍ନାଥ ଙ୍କ ସେବକ ବିଶ୍ଵାବସୁ ବିନାୟକ ଦାସ ମହାପାତ୍ର ଓ ରାମ କୃଷ୍ଣ ମହାପାତ୍ର ଙ୍କ ନେତୃତ୍ବ ରେ ମାଧବାନନ୍ଦ ବିକାଶ ପରିଷଦ ର ସଭାପତି ବନରଞ୍ଜନ ପଟ୍ଟନାୟକ,ମୀନାକ୍ଷୀ ପୃଷ୍ଟି, ସତ୍ୟ ନାରାୟଣ ସେନାପତି, କସ୍ତୁରୀ ବାଳା ସ୍ୱାଇଁ, ବିମ୍ବାଧର ସେନାପତି, ଦମୟନ୍ତୀ ସେନାପତି, ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ମହାପ୍ରସାଦ, ଖଣ୍ଡୁଆପାଟ, ବିଭିନ୍ନ ପ୍ରକାର ଫଳ ମୂଳ ଆଣି ଚାରିଛକ ଠାରେ ପହଞ୍ଚିବା ପରେ ଏଠାରେ ତାଙ୍କୁ ମାଧବ ମନ୍ଦିର ହେଡେଟାରି ଟ୍ରଷ୍ଟି ପ୍ରଶାନ୍ତ ଦେବ ଗୋସ୍ୱାମୀ, ନିଆଳି ବ୍ଳକ ଯାଦବ ସଂଘ ସଭାପତି କେଦାରନାଥ ବେହେରା, ମାଧବ ଠାକୁର ଙ୍କ ସେବକ ତ୍ରିଲୋଚନ ପୁଷ୍ପାଳକ, ଭାସ୍କର ପୁଷ୍ପାଳକ, ନ୍ୟାୟବ୍ରତ ରାଉତ, ଚାରିଛକ ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କର, ଶିଶିର ସ୍ୱାଇଁ ପ୍ରମୁଖ ସ୍ବାଗତ ଜଣାଇ ମାଧବ ମନ୍ଦିର କୁ ପାଛୋଟି ନେଇଥିଲେ। ମାଧବ ଠାରେ କଟକ ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୁତିରଞ୍ଜନ ଦେଓ, ନିଆଳି ତହସିଲଦାର ତାରେଣୀ ରଞ୍ଜନ ରାୟ, ଏସ ଡି ପି ଓ ବିଜୟ କୁମାର ମଲ୍ଲିକ, ନିଆଳି ଥାନା ଆଇ ଆଇ ସି ରାଜେନ୍ଦ୍ର କୁମାର ମହାପାତ୍ର, ସରପଞ୍ଚ ବାବୁ ରାମ ମଲ୍ଲିକ, ପିତାମ୍ବର ରାଉତ ପ୍ରମୁଖ ସ୍ବାଗତ ଜଣାଇ ପୁରୀ ଶ୍ରୀ କ୍ଷେତ୍ର ରୁ ଆସୁଥିବା ମହାପ୍ରସାଦ ଭାର କୁ ଗ୍ରହଣ କରି ମାଧବ ମନ୍ଦିର ପ୍ରଶାସନ କୁ ପ୍ରଦାନ କରିଥିଲେ।ପୋଢୁଁଆ ଅଷ୍ଟମୀ କୁ ମାଧବ ମନ୍ଦିର ରୁ ଶ୍ରୀ କ୍ଷେତ୍ର ର ଶ୍ରୀ ମନ୍ଦିର କୁ ଭାର ପଠା ଯାଇଥିବା ବେଳେ ପୁରୀ ଶ୍ରୀ କ୍ଷେତ୍ର ରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବକ ମାନେ ଆଜି ମାମୁଁ ଶ୍ରୀ ଦୁର୍ଗା ମାଧବ ଙ୍କ ଆବିର୍ଭାବ ଦିବସ ରେ ମହାପ୍ରସାଦ ଭାର ଆଣି ପ୍ରାଚୀ ଉପତ୍ୟକା ର ମାଧବ ମନ୍ଦିର କୁ ଆସିଥିବାରୁ ଉଭୟ ମନ୍ଦିର ମଧ୍ୟରେ ସୁ ସମ୍ପର୍କ ଅଧିକ ସୁଦୃଢ ହୋଇଥିବା କହିଛନ୍ତି ତ୍ରିନାଥ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *